ଗୌତମଙ୍କ ଆଜିର ରାଜନୀତିକୁ ନେଇ ଗମ୍ଭୀର ଟୁଇଟ୍‌, କଂଗ୍ରେସ-ବିଜେପି- ଆପ୍‌କୁ ଟାର୍ଗେଟ

ନୂଆଦିଲ୍ଲୀ: କ୍ରିକେଟର ଗୌତମ ଗମ୍ଭୀର ଦେଶ ଓ ରାଜନୀତି ପ୍ରସଙ୍ଗରେ ନିଜସ୍ୱ ମତାମତ ଦେବାରେ ଧୁରନ୍ଧର। ସହିଦଙ୍କୁ ଅପମାନ ହେଉ ଅଥବା ଦେଶର କୌଣସି ମହିଳାଙ୍କ ସହିତ ଅସଦାଚରଣ ଖବର ହେଉ, ଏଭଳି ପ୍ରସଙ୍ଗରେ ନିଜର ମତାମତ ଦେବାକୁ ସେ ଭୁଲନ୍ତି ନାହିଁ। ସେ ଟୁଇଟ୍‌ ଜରିଆରେ ନିଜର ପ୍ରତିକ୍ରିୟା ଦେଇଥାନ୍ତି। ଗୌତମ ଗମ୍ଭୀର ବୁଧବାର ମନ୍ଦିର-ମସ୍‌ଜିଦ୍‌ ରାଜନୀତି ଉପରେ ଟୁଇଟ୍‌ କରିଛନ୍ତି।

ଟୁଇଟ୍‌ରେ ଗମ୍ଭୀର ଦେଶର ପ୍ରମୁଖ ସମସ୍ୟାକୁ ଉପସ୍ଥାପନା କରିଛନ୍ତି। ସେ କହିଛନ୍ତି, ବେକାରୀ, ଚାଷୀ ଆତ୍ମହତ୍ୟା, ସାଂପ୍ରଦାୟିକ ହିଂସା, ଅନାହାର ଭଳି ପ୍ରସଙ୍ଗ ଉଠାଇଛନ୍ତି। ଏଥି ସହିତ ଧର୍ମ ନାଁରେ ରାଜନୀତି କରୁଥିବା ଲୋକଙ୍କ ବିରୋଧରେ ଗମ୍ଭୀର ସ୍ୱର ଉତ୍ତୋଳନ କରିଛନ୍ତି। ଟୁଇଟକୁ ସେ କଂଗ୍ରେସ, ବିଜେପି ଓ ଆମ୍‌ ଆଦମୀ ପାର୍ଟିକୁ ଟ୍ୟାଗ୍‌ କରିଛନ୍ତି।

ଗୌତମ ଗମ୍ଭୀର ବିଗତ ଦିନରେ କିନ୍ନର ସମାଜକୁ ସମର୍ଥନ କରିଥିଲେ। ରକ୍ଷାବନ୍ଧନ ଅବସରରେ ସେ କିନ୍ନରଙ୍କ ଦ୍ୱାରା ରାକ୍ଷୀ ବାନ୍ଧିଥିବା ଫଟୋ ସେ ସୋସିଆଲ ମିଡିଆରେ ସେୟାର କରିଥିଲେ।

 

ସମ୍ବନ୍ଧିତ ଖବର