କଟକ: ପ୍ରତ୍ୟେକ ଖେଳାଳିଙ୍କ ପାଇଁ ସମସ୍ତ ପାଳି ଗୁରୁତ୍ୱପୂର୍ଣ୍ଣ। ଯେତେବେଳେ ଯେଉଁ ସ୍ଥାନରେ ସୁଯୋଗ ମିଳୁଛି, ତାହାର ଭରପୂର ଫାଇଦା ନେବାକୁ ହେବ। ପ୍ରତି ସୁଯୋଗରେ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ହେବ। ଖାସ୍ ଏଥିପାଇଁ ପ୍ରତ୍ୟେକ ମ୍ୟାଚ୍ରେ ପ୍ରଥମ ତିନିଜଣ ଭଲ ରନ୍ କରୁଥିବାରୁ ଦଳକୁ ତାହାର ଲାଭ ମିଳୁଛି ବୋଲି ବାରବାଟୀ ମ୍ୟାଚ୍ରେ ଶ୍ରେଷ୍ଠ ବ୍ୟାଟିଂ ପ୍ରଦର୍ଶନ କରିଥିବା ଭାରତୀୟ ଦଳର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଲୋକେସ୍ ରାହୁଲ୍ କହିଛନ୍ତି। ତାଙ୍କ ମଧ୍ୟରେ ମ୍ୟାଚ୍ ସାରା ବଲ୍ ସ୍ୱଭାବିକ୍ ଅପେକ୍ଷା ଧିମା ରହୁଥିଲା। ଭାରତୀୟ ବ୍ୟାଟ୍ସମ୍ୟାନ ଭଲ ଖେଳିପାରିଥିଲେ। ଦ୍ୱିତୀୟ ପାଳିରେ ଚହଲ, ପାଣ୍ଡ୍ୟା, କୁଲଦୀପ ଧିମା ପିଚ୍ର ଫାଇଦା ଉଠାଇପାରିଥିଲେ। ଏଥିସହିତ ଭଲ କ୍ଷେତ୍ରରକ୍ଷଣ କରିଥିବାରୁ ମ୍ୟାଚ୍ରେ ଜିତିବା ସହଜ ହେଲା ବୋଲି ସେ କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସବୁ ଦିଗରୁ ଖରାପ ଖେଳିଲୁ: ତରଙ୍ଗା
ବାରବାଟୀରେ ଖେଳାଯାଇଥିବା ଶୃଙ୍ଖଳାର ପ୍ରଥମ ମ୍ୟାଚ୍ରେ ଭ୍ରମଣକାରୀ ଦଳ ହାରିବା ପଛରେ ତିନିଟି ବିଭାଗ ଯଥା ବ୍ୟାଟିଂ, ବୋଲିଂ ଓ କ୍ଷେତ୍ରରକ୍ଷଣକୁ ଦାୟୀ କରିଛନ୍ତି ଦଳର ବରିଷ୍ଠ ଖେଳାଳି ଉପୁଲ୍ ତରଙ୍ଗା। ପ୍ରଥମରୁ ବୋଲରମାନେ ରନ୍ଗତି କମ୍ କରିବାରେ ବିଫଳ ହୋଇଥିଲେ। ପ୍ରାୟତଃ ପ୍ରତ୍ୟେକ ଓଭରରେ ବାଉଣ୍ଡରି ବାହାରୁଥିଲା। କ୍ଷେତ୍ରରକ୍ଷଣରେ ମଧ୍ୟ କିଛି ତ୍ରୁଟି ରହିଯାଇଥିଲା। ତଥାପି ବ୍ୟାଟିଂରେ କିଛି କରିବାକୁ ଚାହିଁଥିଲେ ବି ଆମେ ବିଫଳ ହୋଇଥିଲୁ। ତେଣୁ ନିଜ ଭୁଲ୍ ପାଇଁ ମ୍ୟାଚ୍କୁ ହାତଛଡ଼ା କରିବାକୁ ପଡ଼ିଥିବା ତରଙ୍ଗା କହିଛନ୍ତି। ପରାଜୟ ସତ୍ତ୍ୱେ ନିଜ ଦଳକୁ ଏକ ସନ୍ତୁଳିତ ଦଳ ଭାବେ ବର୍ଣ୍ଣନା କରିଛନ୍ତି ତରଙ୍ଗା। କୌଣସି ବରିଷ୍ଠ ତଥା ଅଭିଜ୍ଞ ଖେଳାଳି ଦଳରେ ନଥିବାରୁ ସେମାନଙ୍କ ଅନୁପସ୍ଥିତି ଅନୁଭବ କରୁଛୁ। ତଥାପି ଦିନିକିଆ ପରି ଟେ୍ଵଣ୍ଟି-୨୦ ଦଳ ମଧ୍ୟ ମଜବୁତ୍ ଅଛି। କେବଳ ଆମକୁ ପ୍ରଦର୍ଶନରେ ସୁଧାର ଆଣିବାକୁ ହେବ ବୋଲି ସେ କହିଛନ୍ତି।