ବସିବାକୁ ଜାଗା ନାହିଁ, ଠିଆ ହୋଇ ମ୍ୟାଚ୍‌ ଦେଖିଲେ ଦର୍ଶକ

ବାରବାଟୀ ଷ୍ଟାଡିୟମର କ୍ଷମତା ୪୫ ହଜାର। କିନ୍ତୁ ଏହାଠୁ ଢେର୍‌ ଅଧିକ ସଂଖ୍ୟାର ଟିକେଟ ଓ ପାସ୍‌ ଛପାଯାଇଥିବା ଜଣାପଡ଼ିଛି। ଯାହାର ପରିଣାମ ସାଧାରଣ ଦର୍ଶକଙ୍କୁ ଭୋଗିବାକୁ ପଡ଼ିଛି। ଟିକେଟରେ ସିଟ୍‌ ନମ୍ବର ଲେଖାଥିଲେ ବି ଟଙ୍କା ଦେଇ ଟିକେଟ କିଣିଥିବା ଅଧିକାଂଶ ଦର୍ଶକ ଗ୍ୟାଲେରୀରେ ବସିବାକୁ ସ୍ଥାନ ପାଇନଥିଲେ। ବିଶେଷ କରି ସ୍ପେଶାଲ ଏନ୍‌କ୍ଲୋଜୋର, ୧, ୩, ୫ ଓ ୬ ନମ୍ବର ଗ୍ୟାଲେରିରେ ଅଧିକାଂଶ ଦର୍ଶକ ଆରମ୍ଭରୁ ଠିଆ ହୋଇ ମ୍ୟାଚ୍‌ ଦେଖୁଥିବା ନଜରକୁ ଆସିଥିଲା। ସିଟ୍‌ ନମିଳିବାରୁ ଅସନ୍ତୁଷ୍ଟ ଥିଲେ ବି କିଛି କରିବାକୁ ତାଙ୍କ ପାଖରେ ଏହାକୁ ବିରୋଧ କରିବାର କୌଣସି ସୁଯୋଗ ନଥିଲା। ଭାରତ ବିଜୟୀ ହେବା ଅବଶ୍ୟ ସେମାନଙ୍କୁ ଆଶ୍ୱସ୍ତ କରିଥିଲା।

ସରକାରଙ୍କ ପ୍ରତିଶ୍ରୁତି ଧୂଆଁବାଣ

ବାରବାଟୀରେ ମ୍ୟାଚ୍‌ ହେବା ପୂର୍ବରୁ ଓଡ଼ିଶାର କଳା, ସଂସ୍କୃତି, ପର୍ଯ୍ୟଟନ ଇତ୍ୟାଦିର ପ୍ରଦର୍ଶନ କରାଯିବ। ବଡ ସ୍କ୍ରିନ୍‌ରେ ଓଡ଼ିଶାର ସଂସ୍କୃତି ଓ କଳାକୀର୍ତ୍ତି ଉପରେ ଭିଡିଓ ପ୍ରଦର୍ଶନ କରାଯିବ। ଓଡ଼ିଶୀ ଓ ଅନ୍ୟାନ୍ୟ ଲୋକନୃତ୍ୟ ପ୍ରଦର୍ଶନ କରାଯିବ। ରାଜ୍ୟ ସରକାରଙ୍କ ପକ୍ଷରୁ ଏମିତି ଏକାଧିକ ପ୍ରତିଶୃତି ଦିଆଯାଇଥିଲା। ଯଦିଓ ଓସିଏ ଏଥିପାଇଁ ବିସିସିଆଇଠୁ ଅନୁମତି ଆଣିବାକୁ କହିଥିଲା, କିନ୍ତୁ ରାଜ୍ୟ ସରକାର ସବୁ କିଛି ଅନୁମତି ମିଳିଯବ ବୋଲି କହି ବାହାବା ନେଇଥିଲେ। ହେଲେ ମ୍ୟାଚ ଆରମ୍ଭ ହେବା ବେଳକୁ ସେଭଳି କିଛି ଦେଖିବାକୁ ମିଳିନଥିଲା। କେବଳ ଡିଜେ ବଜାଯାଇ ଦର୍ଶକଙ୍କ ମନୋରଂଜନ କରିବାକୁ ଚେଷ୍ଟା କରାଯାଇଥିଲା।

ସମ୍ବନ୍ଧିତ ଖବର