ଶନିବାର ସ୍ୱର୍ଣ୍ଣ ବର୍ଷା

ଗୋଲ୍‌ଡକୋଷ୍ଟ୍‍ : ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ଶନିବାର ଜବରଦସ୍ତ ପ୍ରଦର୍ଶନ କରି ୮ ସ୍ୱର୍ଣ୍ଣ ପଦକ ସହ ମୋଟ ୧୭ ପଦକ ହାସଲ କରିଛି। ନିର୍ଣ୍ଣାୟକ ଦଶମ ଦିବସରେ ଭାରତର ମୋଟ ପଦକ ୫୯ରେ ପହଞ୍ଚିଯାଇଛି। ଏହା ମଧ୍ୟରେ ୨୫ ସ୍ୱର୍ଣ୍ଣ, ୧୬ ରୌପ୍ୟ ଏବଂ ୧୮ କାଂସ୍ୟ ପଦକ ସାମଲ ଅଛି। ପଦକ ତାଲିକାରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ପରେ ଭାରତ ତୃତୀୟ ସ୍ଥାନରେ ରହିଛି। ଭାରତ ପାଇଁ ମୁଷ୍ଟିଯୁଦ୍ଧରୁ ମେରିକମ୍‌, ଗୌରବ ସୋଲାଙ୍କୀ, ବିକାଶ କୃଷ୍ଣ, କୁସ୍ତିରୁ ସୁମିତ୍‌ ମଲ୍ଲିକ, ଭିନେଶ ଫୋଗତ, ବଂଧୁକଚାଳନାରୁ ସଂଜୀବ ରାଜପୁତ, ଟେବୁଲ୍‌ ଟେନିସ୍‌ରୁ ମୋନିକା ବାତ୍ରା, ଦୌଡ଼କୁଦରୁ ନୀରଜ ଚୋପ୍ରା (ଜାଭଲିନ) ମିଳିତ ଭାବେ ଏହି ୮ ସ୍ୱର୍ଣ୍ଣ ପଦକ ଜିତିଥିଲେ। ମୋନିକା ବାତ୍ରା ବ୍ୟକ୍ତିଗତ ଦ୍ୱିତୀୟ ସ୍ୱର୍ଣ୍ଣ ସହ ୩ ପଦକ ଜିତି ରାଜ୍ୟଗୋଷ୍ଠୀ କ୍ରୀଡ଼ାକୁ ଅଧିକ ସ୍ମରଣୀୟ କରିଦେଇଛନ୍ତି। ରବିବାର ଏହି ପ୍ରତିଯୋଗିତା ଉଦ୍‌ଯାପିତ ହେବ।

ସମ୍ବନ୍ଧିତ ଖବର