ଆଉ ୩୬ ଦିନ, ଆ‌େୟାଜନ ଅଧିକାର ପଛର କାହାଣୀ

ଭୁବନେଶ୍ବର: ଓଡ଼ିଶା ପୁରୁଷ ହକି ବିଶ୍ବକପ୍ ପାଇଁ ଭ୍ୁବନେଶ୍ବର ପ୍ରସ୍ତୁତିକୁ ଜୋରଦାର କରିଛି। ଆଉ ମା‌ତ୍ର ୫ ସପ୍ତାହ ସମୟ ରହିିଛି ଏହି ମର୍ଯ୍ୟଦାଜନକ ବିଶ୍ବକପ୍ ଆରମ୍ଭ ହେବାକୁ। ୫ ବର୍ଷ ତଳୁ କିନ୍ତୁ ଭ୍ୁବନେଶ୍ବରକୁ ବଛାଯାଇଥିଲା ହକି ବିଶ୍ବକପର ପରବର୍ତ୍ତୀ ଭେନ୍ୟୁଭାବେ। ପୂର୍ବରୁ କୌଣସି ବଡ଼ ଅନ୍ତର୍ଜାତୀୟ ପ୍ରତିଯୋଗିତା ଆୟୋଜନର ଅଭିଜ୍ଞତା ରଖି ନ ଥିବା ଓଡ଼ିଶା କିଭଳି ଏତେବଡ଼ ପ୍ରତିଯୋଗିତାର ଆୟୋଜନ ଅଧିକାର ପାଇଲା ଆସନ୍ତୁ ନଜର ପକାଇନେବା। ସାଧାରଣତଃ ହକି ବିଶ୍ବକପ୍ର ଆୟାଜନ ପାଇଁ ଅନ୍ତର୍ଜାତିକ ହକି ଫେଡେରେସନ୍ (ଏଫଆଇଏଚ) ଆଗ୍ରହୀ ଦେଶଗୁଡ଼ିକଠାରୁ ଆବେଦନ ଆହ୍ବାନ କରିଥାଏ। ଏଫଆଇଏଚ୍ ଦରଖାସ୍ତ ଗୁଡ଼ିକର ତର୍ଜମା କରିବା ପରେ ଗୁଣାତ୍ମକ ଓ ସୃଜନଶୀଳ ପ୍ରସ୍ତାବଗୁଡ଼ିକୁ ଅଗ୍ରାଧିକାର ଦେଇଥାଏ। ଯେଉଁଟି କାର୍ଯ୍ୟକାରୀ ହେଲେ ସମସ୍ତ ବିଶ୍ବ କ୍ରୀଡ଼ା ଦୁନିଆରେ ସକରାତ୍ମକ ବାତାବରଣ ସୃଷ୍ଟି ହେବ ତାହା ମଧ୍ୟ ବିଚାରାଧୀନ ଥାଏ। ଏଫଆଇଏଚ୍ କଂଗ୍ରେସରେ ଏହା ଚୂଡାନ୍ତ ରୂପରେଖ ନେଇଥାଏ। ଏହି କଂଗ୍ରେସରେ ପୁରୁଣା ହକି ଦେଶ ଏବଂ ନୂଆ ହକି ଦେଶ ମଧ୍ୟରେ ଭାବବିନିମୟର ସୁଯୋଗ ମଧ୍ୟ ଆସିଥାଏ। ‌ଶେଷରେ ବିଶ୍ବକପ୍ ଆବେଦନକାରୀ ରାଷ୍ଟ୍ରଗୁଡ଼ିକ ସହ ଆଲୋଚନା, ସ୍ପଷ୍ଟ ସ୍ବୀକାର୍ଯ୍ୟ, ସମ୍ପୃକ୍ତ ଷ୍ଟାଡିୟମ ଓ ପାରିପାର୍ଶ୍ବିକ ଭିତ୍ତିଭୂମିର ପରିଦର୍ଶନ, ଆନୁସଂଗିକ ବ୍ୟବସ୍ଥା ଏବଂ ଅନ୍ୟାନ୍ୟ ବୁଝାମଣା ପରେ କାର୍ଯ୍ୟ ତ୍ବରାନ୍ବିତ ହେ‌ାଇଥାଏ। ୨୦୧୩ ମସିହାରେ ହିଁ ୨୦୧୮ ପୁରୁଷ ହକି ବିଶ୍ବକପ୍ ପାଇଁ ଦରଖାସ୍ତ ଆହ୍ବାନ କରାଯାଇଥିଲା। ସଂକ୍ଷିପ୍ତ ତାଲିକାରେ ଅଷ୍ଟ୍ରେଲିଆ, ବେଲଜିୟମ, ଭାରତ, ମାଲେସିଆ ଏବଂ ନ୍ୟୁଜିଲାଣ୍ଡ ନିକଟରୁ ବିଡିଂ ଡକ୍ୟୁମେଣ୍ଟ୍ ଦାଖଲ ପାଇଁ କୁହାଯାଇଥିଲା। ପରବର୍ତୀ ସମୟରେ ବେଲଜିୟମ ଏବଂ ଅଷ୍ଟ୍ରେଲିଆ ଓହରିଯାଇଥିଲେ। ପରେ ଅନ୍ୟ ହକି ରାଷ୍ଟ୍ରଗୁଡ଼ିକର ପ୍ରସ୍ତାବକୁ ବିଚାରକୁ ନେଇ ଭାରତକୁ ୨୦୧୮ ହକି ବିଶ୍ବକପ୍ ଆୟୋଜନ ଅଧିକାର ପ୍ରଦାନ କରାଗଲା ବୋଲି ଏଫଆଇଏଚ୍ ଘୋଷଣା କରିଥିଲା। ଏଫଆଇଏଚ୍ ଅଧ୍ୟକ୍ଷ ଲିଓ‌େଣ୍ଡ୍ରା ନେଗ୍ରେ ସ୍ବୀଜରଲାଣ୍ଡର ଲୌସାନ ସହରରେ ଏହି ଘୋଷଣା ବେଳେ କହିଥିଲେ ‘ହକି ବିଶ୍ବକପ୍ ଆୟୋଜନ ପାଇଁ ହକି ଇଣ୍ଡିଆ ତରଫରୁ ପ୍ରଦାନ କରାଯାଇଥିବା ପ୍ରସ୍ତାବ ଅସାଧାରଣ ଓ ଅତୁଳନୀୟ। ଗୋଟିଏ ଦେଶକୁ ବାଛିବା କଷ୍ଟକର କାମ ହୋଇଥିଲେ ବି ଏହି ମର୍ଯ୍ୟଦାଜନକ ଦାୟିତ୍ବ ପାଇଁ ଭାରତକୁ ବାଛିଛୁ’।

ଭାରତକୁ ଆୟୋଜନ ‌କ୍ଷମତା ମିଳିବା ପରେ କେଉଁଠି ଏହା କରାଯିବା ତାରାକ୍ୁ ନେଇ ହକି ଇଣ୍ଡିଆ ମଧ୍ୟରେ ବିଚାରବିମର୍ଶ ହୋଇଥିଲା। ପୂର୍ବରୁ ବମ୍ବେ ଏବଂ ଦିଲ୍ଲୀରେ ବିଶ୍ବକପ୍ ଆୟୋଜନ ହୋଇସାରିଥିବାରୁ ଏକ ନୂଆ ସହରରେ କରାଇବା ଲାଗି ନିଷ୍ପତ୍ତି ନିଆଯାଇଥିଲା। ଏହି ଦୌଡ଼ରେ ସାମିଲ ଦେଶର ଅନ୍ୟ ସମସ୍ତ ସହରକୁ ପଛରେ ପକାଇ ଭୁବନେଶ୍ବର ସର୍ବାଗ୍ରେ ରହିଥିଲା। ପ୍ରଥମତଃ ଭାରତର ପ୍ରଥମ ତଥା ଏକମାତ୍ର ଷ୍ଟାଡିୟମ ଭାବେ ‘କଳିଙ୍ଗ ଷ୍ଟାଡିୟମ’ରେ ବ୍ୟବହାର କରାଯାଇଥିବା ଅତ୍ୟାଧୁନିକ ସ‌ିନ୍ଥେଟିକ ଟର୍ଫ ଏହାକୁ ବିଶ୍ବସ୍ତରାରୀୟ ଓ ଅଲିମ୍ପିକ୍ସ ଶ୍ରେଣୀଭୁକ୍ତ କରିଥିଲା। ଦ୍ବିତୀୟତଃ ଉଚ୍ଚକୋଟିର ଟର୍ଫ, ପ୍ରଶଂସକଙ୍କ ଭିଡ଼ ଓ ଉତ୍ସାହ ଯୋଗୁଁ ଏଠାରେ ବିଶ୍ବ ହକି ଲିଗ୍ ଫାଇନାଲ୍ସ, ହକି ଚାମ୍ପିଅନ୍ସ ଟ୍ରଫି ଭଳି ବଡ଼ ବଡ଼ ହକି ପ୍ରତିଯୋଗିତା ସଫଳତାର ସହ ଆୟୋଜିତ ହୋଇପାରିଥିଲା। ତୃତୀୟତଃ ସ୍ମାର୍ଟ ସିଟି ତାଲିକାର ସର୍ବାଗ୍ରେ ରହିଥିବାରୁ ଭୁବନେଶ୍ବର ମଧ୍ୟ ସମଗ୍ର ଦେଶର ଦୃଷ୍ଟି ଆକର୍ଷଣ କରିପାରିଥିଲା। ଉତ୍ତମ ପରିବେଶ, ପ୍ରଶସ୍ତ ରାସ୍ତାଘାଟ, କ୍ରୀଡ଼ା ଆୟୋଜନ ପାଇଁ ଆନୁସଂଗିକ ସୁବିଧା ସୁଯୋଗ, ସର୍ବୋପରି ସରକାରଙ୍କ ହା‌ତଖୋଲା ସହଯୋଗୀ ମନୋଭାବ ଯୋଗୁ ସୁପର କପ, ଇଣ୍ଡିଆନ୍ ସୁପରଲିଗ୍, ଆଇଟିଏଫ ଫ୍ୟୁଚର୍ସ, ହକି ଇଣ୍ଡିଆ ଲିଗ୍, ଏସୀୟ ଦୌଡ଼କୁଦ ପ୍ରତିଯୋଗିତା ଭଳି ପ୍ରତିଯୋଗିତାର ସଫଳ ସମାପନ ହୋଇଥିଲା। ସବୁକିଛି ଗତ ୫ ବର୍ଷ ଭିତରେ ହିଁ ସମ୍ପନ୍ନ ହୋଇଥିଲା। ଏସବୁ ସଫଳତା ଏବଂ ଭାରତୀୟ ହକିକୁ ଓଡ଼ିଶା ସରକାରଙ୍କ ୫ ବର୍ଷିଆ ପ୍ରା‌େୟାଜନ ଭ୍ୁବନେଶ୍ବରକୁ ଦେଶର ‘କ୍ରୀଡ଼ା ରାଜଧାନୀ’ ଭାବେ ପ୍ରତିପାଦିତ କରିଥିଲା। ଫଳରେ ଓଡ଼ିଶାର ପ୍ରସିଦ୍ଧି ଏବେ ବିଶ୍ବବ୍ୟାପୀ ବିଛୁରିତ। ହକି ଇଣ୍ଡିଆ ସହ ଓଡ଼ିଶା ସରକାରଙ୍କ ଚୁକ୍ତି ହିଁ ଶେଷରେ ‘ପୁରୁଷ ହକି ବିଶ୍ବକପ’କୁ ଓଡ଼ିଶା ଆଣିବାରେ ସହାୟକ ହୋଇଥିଲା। ଭୁବନେଶ୍ବରର ଅବସ୍ଥିତି, ପାଣିପାଗ, ଯାତାୟତ ସୁବିଧା, ଷ୍ଟାଡିୟମର ବ୍ୟବସ୍ଥା, ଖେଳାଳିଙ୍କ ରହଣି ହୋଟେଲ ଆଦି ପରିଦର୍ଶନ କରି ହକି ଇଣ୍ଡିଆ ଏବଂ ଏଫଆଇଏଚ୍ ପ୍ରତିନିଧିମାନେ ସନ୍ତୋଷ ବ୍ୟକ୍ତ କରିବା ପରେ ଓଡ଼ିଶା ସରକାର ସବୁଠୁ ଭରସାଯୋଗ୍ୟ ଆୟୋଜକ ହୋଇପାରିଛନ୍ତି। ଏହି ମର୍ଯ୍ୟଦାଜନକ ପ୍ରତିଯୋଗିତାକୁ ମଧ୍ୟ ‘ଓଡ଼ିଶା ପୁରୁଷ ହକି ବିଶ୍ବକପ୍-୨୦୧୮’ ନାମରେ ନାମିତ କରାଯାଇଛି। ଏହା ମାଧ୍ୟମରେ ରାଜ୍ୟର କ୍ରୀଡ଼ାଦୁନିଆ ସହିତ କଳା, ସଂସ୍କୃତି, ପର୍ଯ୍ୟଟନ ଓ ପରମ୍ପରା ବିଶ୍ବ ଦରବାର‌େର ପରିବେଶିତ ହେବାର ସୁବର୍ଣ୍ଣ ସୁଯୋଗ ଆସିଛି। ଭୁବନେଶ୍ବରକୁ ‌ଆ‌େୟାଜନ ଅଧିକାର ମିଳିବା ନିଶ୍ଚିତ ରାଜ୍ୟ ଓ ରାଜ୍ୟବାସୀଙ୍କ ପାଇଁ ଏକ ଗୌରବର ବିଷୟ।

ସମ୍ବନ୍ଧିତ ଖବର