ପିଅନଙ୍କ ପୁଅକୁ ମିଳିଲା ଏକ କୋଟି ଟଙ୍କାର କଣ୍ଟ୍ରାକ୍ଟ, ଫୁଟବଲ ଖେଳ ପାଇଁ ଅନ୍ୟମାନଙ୍କୁ ପ୍ରେରିତ କରୁଛନ୍ତି ‘ରୋନାଲଡୋ ଭାଇ’

ମୁଜଫରନଗର: ମୁଜଫର ନଗରର ‘ରୋନାଲଡୋ ଭାଇ’ଙ୍କୁ  ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଆଜିକାଲି ପିଲାମାନେ କ୍ରିକେଟ ଖେଳ ପ୍ରତି ରୁଚି ରଖିଥିବା ବେଳେ ‘ରୋନାଲଡୋ ଭାଇ’ଙ୍କ ଫୁଟବଳ ଖେଳ ପ୍ରତି ଦୁର୍ବଳତା ରହିଛି। ‘ରୋନାଲଡୋ ଭାଇ’ଙ୍କ ଫୁଟବଲ ଖେଳ ଅନ୍ୟମାନଙ୍କୁ ପ୍ରେରିତ କରୁଛି । ଭାରତରେ ଅଣ୍ଡର-୧୯ଟିମ୍‌ରେ ଖେଳି ସାରିଥିବା ନିଶୁ କୁମାର ଓରଫ  ‘ରୋନାଲଡୋ ଭାଇ’ ଏବେ ବେଙ୍ଗାଲୁରୁ ଫୁଟବଲ କ୍ଲବ୍‌ ସହିତ ଯୋଡ଼ି ହୋଇଛନ୍ତି।

ମୁଜଫରନଗରର ଭୋପା ଅଞ୍ଚଳରେ ୨୧ବର୍ଷୀୟ ନିଶୁ କୁମାରଙ୍କୁ ଯୁବଗୋଷ୍ଠୀ ତଥା ପିଲାମାନେ ସ୍ନେହରେ ‘ରୋନାଲଡୋ ଭାଇ’ ବୋଲି ଡାକି ଥାଆନ୍ତି। ତାଙ୍କୁ ନିକଟରେ ପ୍ରତିଷ୍ଠିତ ଫୁଟବଲ କ୍ଲବ୍‌ (ବିଏଫ୍‌ସି) ଖେଳିବା ପାଇଁ ଏକ କୋଟି ଟଙ୍କାର କଣ୍ଟ୍ରାକ୍ଟ ମିଳିଛି। ଜନତା ଇଣ୍ଟର କଲେଜରେ ନିଶୁଙ୍କ ପିତା ପିଅନ ଭାବେ କାମ କରନ୍ତି।

ନିଶୁ କହନ୍ତି, ମୋ ପାଇଁ ଫୁଟବଲ ଖେଳ ସବୁଠାରୁ ଶସ୍ତା ସ୍ପୋର୍ଟ, ଯାହାକୁ ମୁଁ ଖେଳି ପାରେ। ଏଥିପାଇଁ କେବଳ ଏକ ବଲ ହିଁ ଆବଶ୍ୟକ ପଡ଼ିଥାଏ। ସ୍କୁଲ ପ୍ଲେ ଗ୍ରାଉଣ୍ଡରେ ଆମେ ଶିକ୍ଷକଙ୍କ ନିର୍ଦ୍ଦେଶ ଅନୁସାରେ ଫୁଟବଲ ଖେଳି ଥାଉ। ଏହାପରେ ଏହି ଖେଳ ପ୍ରତି ମୋର ରୁଚି ବଢ଼ି ଯାଇଥିଲା। ଦିନେ ମୋତେ ଚଣ୍ଡିଗଡ଼ ଫୁଟବଲ କ୍ଲବ୍‌ରେ ଟ୍ରାଏଲ୍ସ ଭାବେ ଖେଳିବା ପାଇଁ ମଉକା ମିଳିଗଲା। ଏଥିରେ ମୁଁ କ୍ୱାଲିଫାଏ ବି କରିଥିଲି।

ସମ୍ବନ୍ଧିତ ଖବର