କୋହଲିଙ୍କ ବ୍ୟାଟିଂ ଦେଖି ଖୁସିରେ ଏଭଳି ଲେଖିଲେ ବିଗ ବି, କୋହଲି ବି ଦେଲେ କିଛି ଖାସ ପ୍ରତିକ୍ରିୟା

ମୁମ୍ବାଇ: ବିଗ ବି ଅମିତାଭ ବଚ୍ଚନଙ୍କ ଟୁଇଟର ପେଜରେ ଦେଖିବାକୁ ମିଳିଛି ରୋଚକ ଲେଖା । ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଉଦ୍ଦେଶ୍ୟରେ ଏହି ଟୁଇଟ କରିଛନ୍ତି ଅମିତାଭ ବଚ୍ଚନ । ତେବେ ବିଗ ବିଙ୍କ ଏହି ଟୁଇଟ ଭାଇରାଲ ହେଉଛି । ଏହାର କାରଣ ହେଉଛି ତାଙ୍କ ଲେଖା ଶୈଳୀ ।


ପ୍ରାୟତଃ ହିନ୍ଦୀ ଓ ଇଂରାଜୀରେ ଟୁଇଟ କରୁଥିବା ଅମିତାଭ ଏଥରକ ମୁମ୍ବାଇବାସିନ୍ଦାଙ୍କ କଥା କୁହା ଶୈଳୀକୁ ଅନୁକରଣ କରିି ଟୁଇଟ କରିଛନ୍ତି । ଶୁକ୍ରବାର ଟି-ଟ୍ୱେଂଟି ସିରିଜର ପ୍ରଥମ ମୁକାବିଲାରେ ୱେଷ୍ଟଇଣ୍ଡିଜକୁ ୬ ୱିକେଟରେ ହରାଇଛି ଭାରତ । ଅଧିନାୟକ ବିରାଟ କୋହଲି ଏବଂ ଲୋକେଶ ରାହୁଲଙ୍କ ଅର୍ଦ୍ଧଶତକ ବଳରେ ଭାରତ ଏହି ବିଜୟ ହାସଲ କରିପାରିଥିଲା |

ଯାହାକୁ ନେଇ ଅମିତାଭ ଭିନ୍ନ ଢଙ୍ଗରେ ଲେଖିଥିଲେ | ନିଜର ଫିଲ୍ମ ‘ଅମର ଆକବର ଆନ୍ଥୋନୀ’ର କିଛି ଡାଇଲଗକୁ ମିଶାଇ ସୁନ୍ଦର ଟ୍ୱିଟଟିଏ ଲେଖିଥିଲେ | ଏହାପରେ ବିରାଟ ମଧ୍ୟ ଏହାର ଜବାବରେ ଲେଖିଛନ୍ତି ଯେ ବହୁତ ସୁନ୍ଦର ଡାଇଲଗ ହୋଇଛି, ଆପଣ ସବୁବେଳେ ମୋର ପ୍ରେରଣା ରହିଆସିଛନ୍ତି |

ସମ୍ବନ୍ଧିତ ଖବର