ପଡ଼ିଆ ବାହାରେ ଅନୁଷ୍କା ଅଧିନାୟକ

ନୂଆଦିଲ୍ଲୀ: ପଡ଼ିଆ ଭିତରେ ମୁଁ, ହେଲେ ପଡ଼ିଆ ବାହାରେ ଅନୁଷ୍କା ଅଧିନାୟକ। ଘରର ସମସ୍ତ ନିଷ୍ପତ୍ତି ସେ ନିଅନ୍ତି। ତାଙ୍କ ନିଷ୍ପତ୍ତି ସବୁବେଳେ ଠିକ୍‌ ମଧ୍ୟ ହୋଇଥାଏ। ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ନିଜ ପତ୍ନୀ ତଥା ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ନେଇ ଏଭଳି ମନ୍ତବ୍ୟ ଦେଇଛନ୍ତି। ସେହିଭଳି ଅନୁଷ୍କା ତାଙ୍କ ଜୀବନକୁ ଆସିବା ପରେ ସେ ଅଧିକ ଦାୟିତ୍ୱବାନ ହୋଇ ଯାଇଛନ୍ତି ବୋଲି ମଧ୍ୟ କୋହଲି ଏକ ସାକ୍ଷାତକାର ଅବସରରେ କହିଛନ୍ତି। ଅନୁଷ୍କାଙ୍କୁ ବିରାଟ ନିଜ ଶକ୍ତି ଓ ସାମର୍ଥ୍ୟ ଭାବେ ବର୍ଣ୍ଣନା କରିଛନ୍ତି। ଅନୁଷ୍କାଙ୍କ ଭଳି ଜୀବନ ସାଥୀ ପାଇ ବେଶ୍‌ ଖୁସି ବୋଲି ମଧ୍ୟ ବିରାଟ ମତ ରଖିଛନ୍ତି। କୋହଲି କହିଛନ୍ତି ଯେ ମୁଁ ଅନୁଷ୍କାଙ୍କୁ ସବୁକିଛି ପାଇଁ ଧନ୍ୟବାଦ ଦେବି। ଆଗରୁ ମୁଁ କେମିତି ଥିଲି ଆପଣ ଜାଣିଛନ୍ତି।  ୪ ବର୍ଷ ତଳେ ସେ ମୋ ଜୀବନକୁ ଆସିବା ପରେ ମୁଁ ବେଶ୍‌ ଦାୟିତ୍ୱବାନ ହୋଇ ଯାଇଛି।  ସେ ମୋତେ ଧୈର୍ଯ୍ୟ ନହରାଇବା ଶିଖାଇଛନ୍ତି। ସେହିଭଳି ସବୁବେଳେ ସାକାରାତ୍ମକ ରହି ନିଜେ ରହିଥିବା ସ୍ଥାନକୁ କେମିତି ଭଲ ଭାବରେ ବିନିଯୋଗ କରିହେବ ତାହା ମଧ୍ୟ ମୁଁ ଅନୁଷ୍କାଙ୍କଠାରୁ ଶିଖିଛି। ଘରେ ସେ ମୋର ଅଧିନାୟକ। ସେ ସବୁ ଠିକ୍‌ ନିଷ୍ପତ୍ତି ନିଅନ୍ତି।

ସମ୍ବନ୍ଧିତ ଖବର