ଦୁବାଇ: ଏସିଆ କପ୍ର ସୁପର-୪ ମୁକାବିଲାରେ ଭାରତ ୨୫୩ ରନ୍ ଲକ୍ଷ୍ୟ ନେଇ ଆଫଗାନିସ୍ତାନ ବିପକ୍ଷରେ ବ୍ୟାଟିଂ ଜାରି ରଖିଛି। କେ.ଏଲ. ରାହୁଲ ଓ ଅମ୍ବାତି ରାୟଡୁଙ୍କୁ ଶତକୀୟ ଭାଗିଦାରୀ(୧୧୦ ରନ୍) ବଳରେ ରିପୋର୍ଟ ଲେଖାଯିବା ବେଳକୁ ଭାରତ ୨୬ ଓଭରରେ ୩ ଓ୍ଵିକେଟରେ ୧୪୩ ରନ୍ ସଂଗ୍ରହ କରିଛି। ଦିନେଶ କାର୍ତ୍ତିକ(୯) ଓ ମନୀଷ ପାଣ୍ଡେ କ୍ରିଜ୍ରେ ଅଛନ୍ତି। ମହେନ୍ଦ୍ର ସିଂହ ଧୋନି(୩) ଯାଭେଦ ଅହମଦିଙ୍କ ଦ୍ୱାରା ଏଲବିଡବ୍ଲୁ ହୋଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଭାରତ ୧୭.୧ ଓଭରରେ ପ୍ରଥମ ଓ୍ଵିକଟେ ଭାବରେ ଅମ୍ବାତି ରାୟଡୁଙ୍କୁ ହରାଇଥିଲା। ପାଭଲିଅନ ଫେରିବା ପୂର୍ବରୁ ରାୟଡୁ ୪୯ଟି ବଲ୍ ଖେଳି ୫୭ ରନ୍(୪ ଚୌକା, ୪ ଛକା) ସଂଗ୍ରହ କରିଛନ୍ତି। ସେ ମହମ୍ମଦ ନାବିଙ୍କ ବଲ ନାଜିବୁଲାଙ୍କୁ କ୍ୟାଚ ଦେଇଛନ୍ତି। ଆଫଗାନିସ୍ତାନର ୨ୟ ଶିକାର ହୋଇଥିଲେ କେ.ଏଲ୍. ରାହୁଲ। ସେ ୬୬ଟି ବଲ ଖେଳି ରସିଦ ଖାନ୍ଙ୍କ ଦ୍ୱାରା ଏଲ୍ବିଡବ୍ଲୁ ହୋଇଛନ୍ତି। ସେ ୬୦ ରନ୍(୫ ଚୌକା, ୧ ଛକା) ସଂଗ୍ରହ କରିଛନ୍ତି।
ପ୍ରଥମ ଇନିଂସରେ ରବୀନ୍ଦ୍ର ଜାଦେଜା ଆଫଗାନିସ୍ତାନର ୩ ଜଣ ଖେଳାଳିଙ୍କୁ ଆଉଟ୍ କରିଥିଲେ। ଆଫଗାନିସ୍ତାନ ମହମ୍ମଦ ସାହଜାଦଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମଙ୍ଗଳବାର ଭାରତକୁ ୨୫୩ରନ୍ ଟାର୍ଗେଟ ଦେଇଥିଲା। ଆଫଗାନିସ୍ତାନ ନିର୍ଦ୍ଧାରିତ ୫୦ ଓଭରରେ ୮ ଓ୍ଵିକେଟ ହରାଇ ୨୫୨ ରନ୍ ସଂଗ୍ରହ କରିଥିଲା। ଭାରତର ୭ମ ଶିକାର ହୋଇଥିଲେ ନାଜିବୁଲା ଜରଦାନ(୨୦)। ସେ ରବୀନ୍ଦ୍ର ଜାଦେଜାଙ୍କ ଦ୍ୱାରା ଏଲବିଡବ୍ଲ ହୋଇ ପାଭଲିଅନ ଫେରିଥିଲେ। ମହମ୍ମଦ ନାବି ୫୬ଟି ବଲ ଖେଳି ଦଳ ପାଇଁ ୬୪ ରନ୍ ଯୋଡ଼ିଥିଲେ। ସେ ଖଲିଲ ଅହମଦଙ୍କ ବଲ କୁଲଦୀପ ଯାଦବଙ୍କୁ କ୍ୟାଚ ଦେଇଥିଲେ।
ଓପନର ଦ୍ୱୟଙ୍କ ଉତ୍ତମ ବୁଝାମଣା ଯୋଗୁଁ ପ୍ରଥମ ଓ୍ଵିକେଟ୍ରେ ୬୫ ରନ୍ ଯୋଡ଼ିଥିବା ବେଳେ ସ୍କୋର ୮୨ ରନ୍ ବେଳକୁ ୪ଟି ମୂଲ୍ୟବାନ ଓ୍ଵିକେଟ୍ ହରାଇଥିଲା। ଭାରତର ୫ମ ଶିକାର ହୋଇଥିଲେ ଗୁଲାବଦିନ ନାଇବ(୧୫)। ସ୍କୋର ୧୩୨ରେ ସେ ଦୀପକ ଚାହରଙ୍କ ବଲ କେଦାର ଯାଧବଙ୍କୁ କ୍ୟାଚ ଦେଇଥିଲେ। ସ୍କୋର ୧୮୦ ରନ୍ ଥିବା ବେଳେ ସଫଳ ଓପନର ମହମ୍ମଦ ସାହଜାଦ (୧୨୪) କେଦାର ଯାଧବଙ୍କ ବଲ ଦିନେଶ କାର୍ତ୍ତିକଙ୍କୁ ଦେଇଥିଲେ।
ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ସ୍କୋର ୬୫ ରନ୍ରେ ଭାରତର ପ୍ରଥମ ଶିକାର ହୋଇଥିଲେ ଜାଭେଦ ଅହମଦି(୫)। ସ୍କୋର ୮୧ ରନ୍ରେ ରସମତ ଶାହ, ୮୨ ରନ୍ରେ ହସମତତୁଲା ଓ ଅସଘର ଆଫଗାନ ଆଉଟ୍ ହୋଇ ପାଭଲିଅନ୍ ଫେରିଥିଲେ। ରବୀନ୍ଦ୍ର ଜାଦେଜାଙ୍କ ବଲରେ ଅହମଦି ଓ ରସମତ ଶାହ(୩) ଆଉଟ ହୋଇଥିଲେ। ସେହିଭଳି ହସମତତୁଲା(୦) ଓ ଅସଘର(୦)ଙ୍କୁ କୁଲଦୀପ ଯାଦବ ଆଉଟ କରିଥିଲେ। ଆଫଗାନିସ୍ତାନ ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେବା ପରେ ଭାତର ବୋଲିଂ କରିଥିଲା।