ଭୁବନେଶ୍ବର: ବ୍ରୁନେଇରେ ଚଳିତ ମାସ ୨୦, ୨୧ ତାରିଖ ଦୁଇ ଦିନ ଧରି ହେବାକୁଥିବା ରଗ୍ବି-୭ ଏସୀୟ ପ୍ରତିଯୋଗିତା ଲାଗି ସୋମବାର ଭାରତୀୟ ମହିଳା ଦଳ ଘୋଷିତ ହୋଇଛି। ଏହି ୧୨ ଜଣିଆ ଦଳରେ ଓଡ଼ିଶାରୁ ୪ ଜଣ ସୁମିତ୍ରା ନାୟକ, ହୁପି ମାଝୀ, ଭାଗ୍ୟଲକ୍ଷ୍ମୀ ବାରିକ ଓ ମୀରାରାଣୀ ହେମ୍ବ୍ରମ୍ ସ୍ଥାନ ପାଇଛନ୍ତି। ଗତ ୭ ତାରିଖରୁ କିଟ୍ ପଡ଼ିଆରେ ଉଭୟ ମହିଳା ଓ ବାଳିକାଙ୍କୁ ନେଇ ଆୟୋଜିତ ଜାତୀୟ ଶିବିରରୁ ଏହି ଦଳ ଚୟନ ହୋଇଛି। ଶିବିିରରେ ୨୨ ମହିଳା ଓ ୧୮ ବାଳିକା ଯୋଗ ଦେଇଥିଲେ। ଦଳ ବୁଧବାର ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ବ୍ରୁନେଇ ଗସ୍ତ କରିବ।