ଏସୀୟ କ୍ରୀଡ଼ାରୁ ଓହରିବେ ମୀରାବାଇ

ନୂଆଦିଲ୍ଲୀ: ଭାରତର ବିଶ୍ୱ ବିଜୟିନୀ ଭାରୋତ୍ତୋଳିକା ମୀରାବାଇ ଚାନୁ ଜାକର୍ତା ଏସୀୟ କ୍ରୀଡ଼ାରୁ ଓହରିବେ। ପିଠି ଯନ୍ତ୍ରଣାରୁ ସଂପୂର୍ଣ୍ଣ ମୁକୁଳି ନଥିବାରୁ ତାଙ୍କ ପ୍ରଶିକ୍ଷକ ବିଜୟ ଶର୍ମା ଭାରତୀୟ ଭାରୋତ୍ତୋଳନ ମହାସଂଘକୁ ଏହି ପରାମର୍ଶ ଦେଇଛନ୍ତି। ଫଳରେ ମୀରାବାଇଙ୍କ ଏସୀୟ କ୍ରୀଡ଼ା ଅଂଶ ଗ୍ରହଣ ନେଇ ଆଶଙ୍କା ସୃଷ୍ଟି ହୋଇଛି। ଏସୀୟ କ୍ରୀଡ଼ାରୁ ନଓହରିଲେ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟରେ ସେ ଅଂଶ ଗ୍ରହଣ କରି ପାରିବେ ନାହିଁ ବୋଲି ବିଜୟ ସ୍ପଷ୍ଟ କରି ଦେଇଛନ୍ତି।

ସମ୍ବନ୍ଧିତ ଖବର