ଦୃଷ୍ଟିହୀନ ମହିଳା କ୍ରିକେଟ୍‌: ଓଡ଼ିଶାର ଆଗୁଆ ଶୃଙ୍ଖଳା କବ୍‌ଜା

ଭୁବନେଶ୍ବର: ଛାଡ଼ଖଣ୍ଡ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଦ୍ବିପାକ୍ଷିକ ଶୃଙ୍ଖଳାକୁ ଓଡ଼ିଶା ଦୃଷ୍ଟିହୀନ ମହିଳା କ୍ରିକେଟ୍‌ ଦଳ ଆଗୁଆ କବ୍‌ଜା କରି ନେଇଛି। ଶୁକ୍ରବାର ରାଞ୍ଚିସ୍ଥିତ ମେକନ ଷ୍ଟାଡିୟମରେ ଖେଳାଯାଇଥିବା ଦୁଇଟି ଯାକ ମ୍ୟାଚ୍‌ରେ ଓଡ଼ିଶା ଆୟୋଜକ ଝାଡ଼ଖଣ୍ଡକୁ ହରାଇ ଦେଇଛି। ଫଳରେ ଏହି ଶୃଙ୍ଖଳାରେ ଭାରତ ୨-୦ରେ ଆଗୁଆ ରହିଛି। ପ୍ରଥମ ମ୍ୟାଚ୍‌ରେ ଝାଡ଼ଖଣ୍ଡ ୬୩/୫ କରିଥିଲା। ଜବାବରେ ଓଡ଼ିଶା ୭ ଓଭରରେ ଗୋଟିଏ ୱିକେଟ୍‌ ହରାଇ ମ୍ୟାଚ୍‌ ଜିତି ନେଇଥିଲା। ଫୁଲ ସୋରେନ (୨୯) ଓ ଲିନା ସ୍ବାଇଁ (୨୪) ଅପରାଜିତ ରହି ଓଡ଼ିଶାକୁ ଏହି ବିଜୟ ଦେଇଥିଲା। ଦ୍ବିତୀୟ ମ୍ୟାଚ୍‌ରେ ମୁନି ପୂର୍ତ୍ତି (୭୯*)ଙ୍କ ଅର୍ଧଶତକ ଓ ବ‌ାସନ୍ତୀ ହାଂସ୍‌ଦାଙ୍କ ୩୬* ରନ୍‌ ବଳରେ ନିର୍ଧାରିତ ୧୦ ଓଭରରେ ‌ଓଡ଼ିଶା ବିନାକ୍ଷତିରେ ୧୩୦ ରନ୍‌ କରିଥିଲା। ଜବାବରେ ଝାଡ଼ଖଣ୍ଡ ୩ ୱିକେଟ୍‌ ହରାଇ ୫୦ ରନ୍‌ କରିବାକୁ ସକ୍ଷମ ହୋଇଥିଲା।

ସମ୍ବନ୍ଧିତ ଖବର