ଚାମୁଣ୍ଡା-ଏଆଇଟିଏ ସିଏସ୍‌, ଟ୍ରଫି ଜିତିଲେ କମଲେଶ

ଭୁବନେଶ୍ବର: ଓଡ଼ିଆ ପୁଅ କ‌ମଲେଶ ରଥ ହରିଆଣାର କର୍ନଲଠାରେ ଆୟୋଜିତ ଚାମୁଣ୍ଡା-ଏଆଇଟିଏ ସିଏସ୍‌-୭ ଟ୍ରଫି କରାୟତ କରିଛନ୍ତି। ଶୁକ୍ରବାର ଅନୁଷ୍ଠିତ ୧୨ ବର୍ଷରୁ କମ୍‌ ବୟସ ବର୍ଗର ବାଳକ ଏକକ ଫାଇନାଲ୍‌ରେ ସେ ୭-୫ ଓ ୬-୦ ସେଟ୍‌ରେ ଛତିଶଗଡ଼ର ଦିବ୍ୟାଂଶ ଶର୍ମାଙ୍କୁ ହରାଇ ଦେଇଥିଲେ। ହେଲେ କମଲେଶ ୧୪ ବର୍ଷରୁ କମ୍‌ ବୟସ ବର୍ଗ ବାଳକ ଯୁଗଳରେ ଉପବିଜେତା‌ରେ ସନ୍ତୁଷ୍ଟ ରହିଥିଲେ। ପଞ୍ଜାବର ଗୁନଜିତଙ୍କୁ ସାଥୀ କରି ଖେଳୁଥିବା କମଲେଶ ଫାଇନାଲ୍‌ରେ ୩-୬, ୩-୬ ସେଟ୍‌ରେ ଉତ୍ତରପ୍ର‌ଦେଶ ଯୋଡ଼ି ସମର୍ଥ ଶର୍ମା ଓ କାର୍ତିକେୟ ତ୍ୟାଗୀଙ୍କଠୁ ହାରି ଯାଇଥିଲେ। କମଲେଶ ଏକକ ବର୍ଗରେ ଏହି ପ୍ରତିଯୋଗିତାରୁ ୨୫ ଏଆଇଟିଏ ମାନ୍ୟତା ପଏଣ୍ଟ୍‌ କରାୟତ କରିଥିଲେ।

ସମ୍ବନ୍ଧିତ ଖବର