ଦୂର ହେଲା ୩୦ ବର୍ଷର ଦୁଃଖ

ମସ୍କୋ: ମଙ୍ଗଳବାର ରାତିରେ ଇଂଲଣ୍ଡ ପେନାଲ୍ଟି ସୁଟଆଉଟ୍‌ରେ କଲମ୍ବିଆକୁ ହରାଇ ବିଶ୍ୱକପର କ୍ୱାର୍ଟର ଫାଇନାଲରେ ପ୍ରବେଶ କଲା। ଏହା କରି ଏହି ୟୁରୋପୀୟ ଦେଶ ଦୀର୍ଘ ୩୦ ବର୍ଷର ଦୁଃଖକୁ ଦୂର କଲା। ୧୯୯୦ ବିଶ୍ୱକପର ପଶ୍ଚିମ ଜର୍ମାନି ବିପକ୍ଷ ସେମିଫାଇନାଲଠାରୁ ଆରମ୍ଭ କରି ଇଂଲଣ୍ଡ ବିଶ୍ୱକପର ଗତ ତିନିଟି ସୁଟଆଉଟ୍‌ ଏବଂ ୟୁରୋପୀୟ ଚାମ୍ପିଅନସିପର ଚାରିଟିରୁ ତିନିଟି ସୁଟଆଉଟରେ ପରାଜିତ ହୋଇଥିଲା। ମଧ୍ୟଭାଗ ଖେଳାଳି ଜୋର୍ଡାନ ହେଣ୍ଡରସନ୍‌ ଗତକାଲି ରାତିରେ ବିଫଳ ହେବା ପରେ ଇଂଲଣ୍ଡ ଆଉ ଏକ ସୁଟଆଉଟ୍‌ ପରାଜୟ ବରଣ କରିବାର ଆଶଙ୍କା ସୃଷ୍ଟି ହୋଇଥିଲା। ହେଲେ ଗୋଲ୍‌ ରକ୍ଷକ ଜୋର୍ଡାନ ପିକଫୋର୍ଡଙ୍କ ଉପସ୍ଥିତି ବୁଦ୍ଧି ପାଇଁ ଏହି ଦଳ ଶେଷରେ ୪-୩ରେ ବିଜୟୀ ହୋଇ ୨୦୦୬ ମସିହା ପରେ ପ୍ରଥମ ଥର ପାଇଁ ବିଶ୍ୱକପର କୌଣସି ନକଆଉଟ୍‌ ମ୍ୟାଚ୍‌ ଜିତିଲା।

ସମ୍ବନ୍ଧିତ ଖବର