ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୧୮: ସୁଟିଙ୍ଗ୍‌ରେ ତେଜସ୍ୱିନୀ ସାଓ୍ଵନ୍ତଙ୍କୁ ରୌପ୍ୟ ପଦକ

ନୂଆଦିଲ୍ଲୀ: ଗୁରୁବାର ଦିନ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଅଷ୍ଟମ ଦିବସରେ ମହିଳା ୫୦ ମିଟର୍‌ ରାଇଫଲ୍‌ ପ୍ରୋନ୍‌ର ଚୂଡ଼ାନ୍ତ ପର୍ଯ୍ୟାୟରେ ତେଜସ୍ୱିନୀ ସାଓ୍ଵନ୍ତଙ୍କୁ ରୌପ୍ୟ ପଦକ ମିଳିଛି। ସିଙ୍ଗାପୁରର ମାର୍ଟିନା ଲିଣ୍ଡ୍‌ସେ ବେଲୋସୋ ସ୍ୱର୍ଣ୍ଣ ପଦକ ପାଇଛନ୍ତି।

ଏହି ରୌପ୍ୟ ପଦକ ସହ ଭାରତର ପଦକ ସଂଖ୍ୟା ହେଲା ୨୫।

୩୭ ବର୍ଷୀୟ ସାଓ୍ଵନ୍ତଙ୍କ ପାଇଁ ଏହା ଥିଲା ଷଷ୍ଠ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପଦକ। ସେ ୨୦୦୬ରେ ଦୁଇଟି ସ୍ୱର୍ଣ୍ଣ ଏବଂ ୨୦୧୦ରେ ଦୁଇଟି ରୌପ୍ୟ ଏବଂ ୨୦୧୦ରେ ଗୋଟିଏ କାଂସ୍ୟ ପଦକ ପାଇଥିଲେ।

୨୦ ପ୍ରତିଯୋଗୀ ବିଶିଷ୍ଟ ଅନ୍ତିମ ପର୍ଯ୍ୟାୟରେ ସାଓ୍ଵନ୍ତ ୧୦୨. ୧, ୧୦୨. ୪, ୧୦୩. ୩, ୧୦୨. ୮, ୧୦୩୭. ୭ ଏବଂ ୧୦୪. ୭ ସିରିଜ୍‌ରେ ବନ୍ଧୁକ ଚାଳନା କରି ସମୁଦାୟ ୬୧୮. ୯ ସଟ୍‌ ଖେଳିଥିଲେ। ଭେଲୋସୋ ସମୁଦାୟ ୬୨୧ ସଟ୍‌ ଖେଳି ସ୍ୱର୍ଣ୍ଣ ପଦକ ପାଇଛନ୍ତି। ସ୍କଟ୍‌ଲାଣ୍ଡ୍‌ର ସିଓନେଡ୍‌ ମ୍ୟାକ୍‌ଇନ୍‌ତୋସ୍‌ ୬୧୮. ୧ ସଟ୍‌ ଖେଳି କାଂସ୍ୟ ପଦକ ପାଇଛନ୍ତି।

ସମ୍ବନ୍ଧିତ ଖବର