ଧାଓ୍ଵନଙ୍କୁ ନାଚ ଶିଖାଇଲେ ଗେଲ୍‌

ମୁମ୍ବାଇ: େଓ୍ଵଷ୍ଟଇଣ୍ଡିଜ୍‌ର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ କ୍ରିସ୍‌ ଗେଲ୍‌ ଭାରତୀୟ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ଶିଖର ଧାଓ୍ଵନଙ୍କୁ ସୋମବାର ଆୟୋଜିତ ଏକ ପୁରସ୍କାର ବିତରଣ ଉତ୍ସବରେ କେତେକ ନାଚ ଶୈଳୀ ଶିଖାଇଥିଲେ। ଧାଓ୍ଵନ ମଧ୍ୟ ତାଙ୍କ ନିଆରା ପଞ୍ଜାବୀ ଉତ୍ସବ ପାଳନ ଶୈଳୀ ଅନୁକରଣ କରିବାକୁ ଗେଲ୍‌କୁ କହିଥିଲେ। ଉଭୟ ଉଭୟଙ୍କ ଶୈଳୀକୁ ଭଲ ଭାବରେ ଅନୁକରଣ କରିଥିଲେ। ହେଲେ ଉତ୍ସବରେ ଗେଲ୍‌ ପିନ୍ଧିଥିବା ପୋଷାକ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲା। ଏଥିରେ ସେ ସୁଟ୍‌ ପିନ୍ଧିବା ସହ ମୁଣ୍ଡର ଏକ ରାଜା ମୁକୁଟ ପିନ୍ଧିଥିଲେ। ନିକଟରେ ଶେଷ ହୋଇଥିବା ଆଇପିଏଲ୍‌-୧୧ରେ ଗେଲ୍‌ କିଙ୍ଗ୍ସ ଏକାଦଶର ଦ୍ୱିତୀୟ ସର୍ବାଧିକ ରନ୍‌ ସଂଗ୍ରହକାରୀ ହୋଇଥିଲେ। ସେପଟେ ଧାଓ୍ଵନଙ୍କ ଦଳ ପଏଣ୍ଟ ତାଲିକାର ପ୍ରଥମ ସ୍ଥାନରେ ରହି ପ୍ଲେ ଅଫ୍‌ ଯାଇଥିଲା। ସେହିଭଳି ଦ୍ୱିତୀୟ କ୍ୱାଲିଫାୟରରେ କୋଲକାତା ନାଇଟ୍‌ ରାଇଡର୍ସକୁ ପରାସ୍ତ କରି ଫାଇନାଲ୍‌ରେ ସ୍ଥାନ ସୁରକ୍ଷିତ କରି ନେଇଥିଲା। ଫାଇନାଲରେ ଅବଶ୍ୟ ଚେନ୍ନାଇ ସୁପରକିଙ୍ଗ୍ସଠାରୁ ହାରି ଉପ ବିଜେତାରେ ସନ୍ତୁଷ୍ଟ ରହିଥିଲା।

ସମ୍ବନ୍ଧିତ ଖବର