ଜୋହରିଙ୍କୁ ଭେଟିଲେ ଅସନ୍ତୁଷ୍ଟ ଗୋଷ୍ଠୀ

ଭୁବନେଶ୍ୱର: ଓଡ଼ିଶା କ୍ରିକେଟ୍‌ ସଂଘ (ଓସିଏ)ର ସଂଶୋଧିତ ସମ୍ବିଧାନକୁ ନେଇ ଅସନ୍ତୁଷ୍ଟ ଗୋଷ୍ଠୀ ମଙ୍ଗଳବାର ବିସିସିଆଇର ଦ୍ୱାରସ୍ଥ ହୋଇଛନ୍ତି। ଓସିଏର ପୂର୍ବ ଅନୁବଂଧିତ ସ୍କୁଲ୍‌, କଲେଜ ଓ କ୍ଲବ୍‌ ଗୁଡ଼ିକୁ ଅଗଣତାନ୍ତ୍ରିତ ଭାବେ ନୂଆ ସମ୍ବିଧାନରେ ବାଦ୍‌ ନିଆଯାଇଥିବାରୁ ସେମାନେ ପୁନଃ ସାମିଲ ପାଇଁ ଦାବି କରିଛନ୍ତି। ଅସନ୍ତୁଷ୍ଟ ଗୋଷ୍ଠୀର ପ୍ରତିନିଧିତ୍ୱ କରି ପୂର୍ବତନ ଓସିଏ କର୍ମକର୍ତା ସତ୍ୟ ମହାନ୍ତି ଏବଂ ସଂଜୀବ ଦତ୍ତ ମଙ୍ଗଳବାର ବିସିସିଆଇର ମୁଖ୍ୟ କାର୍ଯ୍ୟନିର୍ବାହୀ ରାହୁଲ ଜୋହରିଙ୍କୁ ଭେଟି ନିଜ ଅଭିଯୋଗ ଦାଖଲ କରିଥିଲେ। ଜୋହରି ଏହାକୁ ଗ୍ରହଣ କରି ଲୋଧା ସମିତିର ସୁପାରିସ ଓ ଅଦାଲତଙ୍କ ନିର୍ଦେଶକ୍ରମେ ଏହାକୁ ବିଚାର କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ପ୍ରକାଶ।

ସମ୍ବନ୍ଧିତ ଖବର