ମ୍ୟାଚ୍ ବଞ୍ଚାଇବା ପାଇଁ ଶ୍ରୀଲଙ୍କା ଖେଳାଳି ସୋମବାର ପୁରୁଣା କୌଶଳ ଆପଣାଇଥିଲେ। ସମୟ ଅପଚୟ କରି ମ୍ୟାଚ୍କୁ ଅମୀମାଂସିତ ଆଡ଼କୁ ନେବାକୁ ଅପଚେଷ୍ଟା କରିଥିଲେ। ଏହାକୁ ନେଇ ଦୁଇ ଦଳର ଖେଳାଳି ମଧ୍ୟ ମୁହାଁମୁହିିଁ ହୋଇଥିଲେ। ପ୍ରଥମ ଘଟଣା ଘଟିଥିଲା ୧୫ତମ ଓଭରରେ। କ୍ରିଜ୍ ପାର୍ଶ୍ୱରେ ଡିକ୍େଓ୍ଵଲା ଓ ଚାନ୍ଦିମାଳ ଆଲୋଚନା କରିବାରୁ ଅଶ୍ୱିନ୍ ଏହାକୁ ବିରୋଧ କରିଥିଲେ। ଅମ୍ପାୟାର୍ ନିଜେଲ୍ ଲଙ୍ଗଙ୍କୁ ହସ୍ତକ୍ଷେପ କରିବାକୁ ପଡ଼ିଥିଲା। କୋହଲି ମଧ୍ୟ ଅମ୍ପାୟାରଙ୍କ ସହ ଆଲୋଚନା କରିଥିଲେ। ମ୍ୟାଚ୍କୁ ଅମୀମାଂସିତ ରଖିବାକୁ ସମୟ ଅପଚୟ ଉଦ୍ୟମ କରୁଥିବା ସ୍ପଷ୍ଟ ଜଣାପଡ଼ୁଥିଲା। ଦ୍ୱିତୀୟ ଥର ୧୯ତମ ଓଭରରେ ସାମିଙ୍କୁ ତାଙ୍କ ରନ୍ ଅପ୍ରୁ ରୋକିବାକୁ ଡିକ୍େଓ୍ଵଲା ଚେଷ୍ଟା କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଏହାକୁ ନେଇ ସାମି ମଧ୍ୟ ଡିକ୍େଓ୍ଵଲାଙ୍କ ଆଡ଼କୁ ରାଗରେ ଉହୁଁକି ଉଠିଥିଲେ। ଏତିକିରେ ମଧ୍ୟ ଶ୍ରୀଲଙ୍କା କୌଶଳ ସରି ନ ଥିଲା। ରବୀନ୍ଦ୍ର ଜାଦେଜାଙ୍କ ଓଭର ଶେଷ ହେବା ପୂର୍ବରୁ ମଧ୍ୟ ଡିକ୍େଓ୍ଵଲା ପୁଣି ଥରେ ସମୟ ନଷ୍ଟ’ର ପ୍ରୟାସ କରୁଥିଲେ। କୋହଲି ମଧ୍ୟ ଏହାକୁ ଅମ୍ପାୟାରଙ୍କ ନିଜରକୁ ଆଣିଥିଲେ। ଶେଷକୁ ଭୁବନେଶ୍ୱର କୁମାରଙ୍କ ବୋଲିଂରେ ଡିକ୍େଓ୍ଵଲା ଏଲ୍ବିଡବ୍ଲ୍ୟୁ ଆଉଟ୍ ହୋଇଥିଲେ। ଡିଆର୍ଏସ୍ ମଧ୍ୟ ଏହି ସିଂହଳୀ ଓ୍ଵିକେଟରକ୍ଷକ ବ୍ୟାଟସମ୍ୟାନ୍ଙ୍କୁ ରକ୍ଷା କରିପାରିନଥିଲା। ଏସବୁ ଘଟଣା ଶୃଙ୍ଖଳାର ପରିବର୍ତୀ ଦୁଇ ଟେଷ୍ଟ୍କୁ ପ୍ରଭାବିତ କରିବ ବୋଲି ମଧ୍ୟ ଆଶଙ୍କା କରାଯାଉଛି। ନାଗପୁରରେ ଦ୍ୱିତୀୟ ଟେଷ୍ଟ୍ ନଭେମ୍ବର ୨୪ ତାରିଖ ଶୁକ୍ରବାରଠାରୁ ଆରମ୍ଭ ହେବ।