ଫାଇନାଲ୍‌ରେ ବଲାଙ୍ଗୀର-ବାଲେଶ୍ୱର ଓ ଭବାନୀପାଟଣା-ବାରିପଦା

ଅନ୍ତଃ କ୍ରୀଡ଼ା ଛାତ୍ରାବାସ ଫୁଟ୍‌ବଲ୍‌

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମ୍‌ରେ ଚାଲିଥିବା ଅନ୍ତଃ କ୍ରୀଡ଼ା ଛାତ୍ରାବାସ ଫୁଟ୍‌ବଲ୍‌ ପ୍ରତିଯୋଗିତା ଗୁରୁବାର ଉଦ୍‌ଯାପିତ ହେବ। ୧୫ ବର୍ଷରୁ କମ୍‌ ବର୍ଗ ଫାଇନାଲ୍‌ରେ ବଲାଙ୍ଗୀର ସହ ବାଲେଶ୍ୱର ଏବଂ ୧୮ ବର୍ଷରୁ କମ୍‌ ବର୍ଗ ଫାଇନାଲ୍‌ରେ ଭବାନୀପାଟଣା ସହିତ ବାରିପଦାର ମୁକାବିଲା ହେବ। ବୁଧବାର ଶେଷ ଲିଗ୍‌ ମ୍ୟାଚ ବଲାଙ୍ଗୀର ଓ ନୟାଗଡ଼ ମଧ୍ୟରେ ଗୋଲଶୂନ୍ୟ ଭାବେ ଶେଷ ହୋଇଥିଲା। ଅନ୍ୟପକ୍ଷରେ ଦୁଇ ଚରଣ ବିଶିଷ୍ଟ ମହିଳା ବର୍ଗରେ ବୁଧବାର ଭୁବନେଶ୍ୱର କ୍ରୀଡ଼ା ଛାତ୍ରାବାସ ୩-୦ରେ ସୁନ୍ଦରଗଡ଼କୁ ପରାସ୍ତ କରିଥିଲା। ମାଳତି ମୁଣ୍ଡା, ଜସ୍ମନି ସମଦ ଓ ଦମୟନ୍ତୀ ତିରିଆ ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ। ପ୍ରଥମ ଚରଣରେ ସୁନ୍ଦରଗଡ଼ ୧-୦ରେ ବିଜୟୀ ହୋଇଥିବାରୁ ମୁକାବିଲା ଅମୀମାଂସିତ ରହିଲା।

ସମ୍ବନ୍ଧିତ ଖବର