ଶ୍ରଦ୍ଧାଞ୍ଜଳି ଭାରତୀୟ ବାଳିକା ଫୁଟ୍‌ବଲ୍‌ ଦଳର ସହକାରୀ ପ୍ରଶିକ୍ଷକ

କଟକ: ଭାରତୀୟ ମହିଳା ଫୁଟବଲ୍‌ ଦଳର ପୂର୍ବତନ ଅଧିନାୟିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ଜାତୀୟ ବାଳିକା (୧୭ ବର୍ଷରୁ କମ୍‌) ଫୁଟ୍‌ବଲ୍‌ ଦଳର ସହକାରୀ ପ୍ରଶିକ୍ଷକ ଭାବେ ନିଯୁକ୍ତ ହୋଇଛନ୍ତି। ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଚଳିତ ବର୍ଷ ଡିସେମ୍ବରରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ କ୍ରୀଡ଼ାରେ ଅଂଶଗ୍ରହଣ କରିବ। ଏଥିପାଇଁ ଦିଲ୍ଲୀ ସାଇ ପ୍ରଶିକ୍ଷଣ କେନ୍ଦ୍ରରେ ଆସନ୍ତା ଜୁଲାଇ ୧ରୁ ୧୫ ତାରିଖ ପର୍ଯ୍ୟନ୍ତ ଅଭ୍ୟାସ ଶିବିର ଅନୁଷ୍ଠିତ ହେବ। ମୋଟ ଉପରେ ଚତୁର୍ଥ ଥର ପାଇଁ ଶ୍ରଦ୍ଧାଞ୍ଜଳି ଜାତୀୟ ଦଳର ଦାୟିତ୍ୱ ନେବାକୁ ଯାଉଛନ୍ତି। ଏଥିପୂର୍ବରୁ ୧୪ ଓ ୧୭ ବର୍ଷରୁ କମ୍‌ ଦଳର ଦାୟିତ୍ୱକୁ ଶ୍ରଦ୍ଧାଞ୍ଜଳି ସଫଳତାର ସହ ସହକାରୀ ପ୍ରଶିକ୍ଷକ କାର୍ଯ୍ୟ ତୁଲାଇ ସାରିଛନ୍ତି। ଶ୍ରଦ୍ଧାଞ୍ଜଳିଙ୍କ ନିଯୁକ୍ତିକୁ ଫାଓ ସଂପାଦକ ସଞ୍ଜୟ ବେହେରା ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର