ଆଜିଠୁ ପୁରୀରେ ଜାତୀୟ କନିଷ୍ଠ ସପ୍ଟବେସ୍‌ବଲ୍‌

ଭୁବନେଶ୍ୱର: ପୁରୀର ଇନ୍‌ଡୋର ଷ୍ଟାଡିୟମ୍‌ରେ ବୁଧବାରଠାରୁ ଚତୁର୍ଥ ଜାତୀୟ କନିଷ୍ଠ ସଫ୍ଟବେସ୍‌ବଲ୍‌ ପ୍ରତିଯୋଗିତା ଆରମ୍ଭ ହେବ। ୨୨ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାର ଉଭୟ ବାଳକ ଏବଂ ବାଳିକା ବର୍ଗରେ ଓଡ଼ିଶା ଅଂଶଗ୍ରହଣ କରିବ। ଉଭୟ ବାଳକ ଏବଂ ବାଳିକା ବର୍ଗ ଲାଗି ୧୮ ଜଣିଆ ଓଡ଼ିଶା ଦଳ ଘୋଷଣା କରାଯାଇଛି। କିଟ୍‌ରେ ଆୟୋଜିତ ଅନ୍ତଃଜିଲ୍ଲା ପ୍ରତିଯୋଗିତାରୁ ଖେଳାଳିମାନଙ୍କୁ ବଛାଯାଇଛି। ଓଡ଼ିଶା ଦଳରେ ସ୍ଥାନ ପାଇଥିବା ଖେଳାଳିମାନେ ହେଲେ ବାଳିକା: ଅର୍ଚନା ଲାକ୍ରା, ସବିତା ହାଂସଦା, ଝରଣା ନାୟକ, ସ୍ୱାତୀ କୀର୍ତନିୟ, ବିନିତା ନାୟକ, ସ୍ୱଚ୍ଛଲ୍ୟା ଟପ୍ପୋ, ନିକିତା କୁଜୁର, ଅମ୍ରିତା କଂହର, ଅଲିଭା ପ୍ରଧାନ, ପଦ୍ମିନୀ ସିଂହ, ଚାନ୍ଦିନୀ ସିଂହ, ସୁଲୋଚନା ମଲ୍ଲିକ, ଚାନ୍ଦିନୀ ମୂତିକା, ତୃପ୍ତିରେଖା ସୋରେନ, ପୂର୍ଣ୍ଣିମା ସୋରେନ, ଲକ୍ଷ୍ମୀ ସୋରେନ, ମମତା ସିଂହ, ଲକ୍ଷ୍ମୀ ମୁର୍ମୁ। ବାଳକ: ସିଦ୍ଧାନ୍ତ ପ୍ରଧାନ, ଲିପୁନ ସିଂହ, ସଂଜୟ ସିଂହ, ଗୌତମ ସିଂହ, ଅମରେନ୍ଦ୍ର କ୍ରିଷାନୀ, ସୁବିନ ଥନପତୀ, ସୋମା ସିଂହ, ଟୁନା କଂହର, ମନହରୀ ମାଝୀ, ରଂଜିତ ସିଂହ, ଜିହୁଦସୁନା ମାଝୀ, ସୋନୁ ଜାନୀ, ଓମ୍‌ ପୂରନ, ଚୌଧୁରୀ ଶାଶ୍ୱତ ମହାନ୍ତି, ନିଗାନନ୍ଦ ମହାନ୍ତି, ଏମଡି ଅମନ, ଶୁଭମ ନାୟକ, ମୁନା ଦାସ। ବିନୁ ସାହୁ ଓ ରୂପଶ୍ରୀ ତ୍ରିପାଠୀ ବାଳିକା ଦଳର ପ୍ରଶିକ୍ଷକ ଓ ପ୍ରବନ୍ଧକ ଅଛନ୍ତି। ସେହିଭଳି ସନ୍ଦୀପ କୁମାର ଦାସ ଓ ଉମେଶ କୁମାର ପ୍ରଧାନ ବାଳକ ଦଳର ପ୍ରଶିକ୍ଷକ ଏବଂ ପ୍ରବନ୍ଧକ ଅଛନ୍ତି ବୋଲି ସଫ୍‌ଟବେସ୍‌ବଲ୍‌ ସଂଘ, ଓଡ଼ିଶାର କାର୍ଯ୍ୟକାରୀ ସଭ୍ୟ ଯଶୋବନ୍ତ ପରମଗୁରୁ ଜଣାଇଛନ୍ତି।

ସମ୍ବନ୍ଧିତ ଖବର