ଗାଙ୍ଗ୍‌ପୁର ଓଡ଼ିଶା ଦଳର ବିଜୟ ଅଭିଯାନ

ଜାତୀୟ ଉପକନିଷ୍ଠ ବାଳିକା ହକି

ଭୁବନେଶ୍ୱର: ହକି ଇଣ୍ଡିଆ ଆନୁକୂଲ୍ୟରେ ହରିଆନାର ହିସାର୍‌ରେ ଆୟୋଜିତ ଅଷ୍ଟମ ଜାତୀୟ ଉପକନିଷ୍ଠ ବାଳିକା ହକି ପ୍ରତିଯୋଗିତା (ଡିଭିଜନ୍‌-ଏ)ରେ ଓଡ଼ିଶା ଦଳ ହକି ଗାଙ୍ଗ୍‌ପୁର ବିଜୟରୁ ଅଭିଯାନ ଆରମ୍ଭ କରିଛି। ବୁଧବାର ଖେଳିଥିବା ନିଜର ପ୍ରଥମ ମ୍ୟାଚ୍‌ରେ ଗାଙ୍ଗ୍‌ପୁର ଦଳ ୪-୧ ଗୋଲ୍‌ରେ ଆନ୍ଧ୍ର ପ୍ରଦେଶକୁ ପରାସ୍ତ କରିଦେଇଛି। ଜ୍ୟୋତି ଛତ୍ରୀ ପଞ୍ଚମ ମିନିଟ୍‌ରେ ପେନାଲ୍‌ଟି କର୍ନର ଜରିଆରେ ଗୋଲ୍‌ ଅଭିଯାନ ଆରମ୍ଭ କରିଥିଲା ବେଳେ ମନୀଷା ଓରାମ ୪୨ ମିନିଟ୍‌ରେ ଫିଲ୍‌ଡ ଗୋଲ୍‌ କରି ବ୍ୟବଧାନ ବଢ଼ାଇଥିଲେ। ଏହାପରେ ସୁନିତା ଖାଖା ୪୯ ମିନିଟ୍‌ ଏବଂ ଫିଲିସିଆ ଟପ୍ପୋ ୬୧ ମିନିଟ୍‌ରେ ଆଉ ଗୋଟିଏ ଲେଖାଏଁ ଫିଲ୍‌ଡ ଗୋଲ୍‌ କରି ଗାଙ୍ଗ୍‌ପୁର ଦଳକୁ ସହଜ ବିଜୟ ଭେଟି ଦେଇଥିଲେ। ଗାଙ୍ଗ୍‌ପୁର ଦଳ ତା’ର ପରବର୍ତୀ ମ୍ୟାଚ୍‌ ଆସନ୍ତା ୧୨ ତାରିଖ ଦିନ ହିମାଚଳପ୍ରଦେଶ ସହ ଖେଳିବ। ଦଳର ବିଜୟ ଅଭିଯାନ ପାଇଁ ହକି ଗାଙ୍ଗ୍‌ପୁର-ଓଡ଼ିଶା ଦଳର ମହାସଚିବ ଦେବାଶିଷ ଗୌଡ଼ ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ହିମାଚଳ ବିପକ୍ଷ ମ୍ୟାଚ୍‌ରେ ସଫଳତା କାମନା କରିଛନ୍ତି।

ସମ୍ବନ୍ଧିତ ଖବର