‘ଭାରତ ଛାଡ଼ି ପଳାଅ’ ଟିପ୍ପଣୀ ଦେଇ ବିବାଦରେ ଛନ୍ଦି ହୋଇ ଚାଲିଛନ୍ତି ଟିମ୍ ଇଣ୍ଡିଆ ଅଧିନାୟକ; ସମର୍ଥନ କଲେ ମହମ୍ମଦ କୈଫ
ମୁମ୍ବାଇ: ଦେଶର ଜଣେ ଖେଳ ପ୍ରେମୀଙ୍କୁ ‘ଭାରତ ଛାଡ଼ି ପଳାଅ’ ଟିପ୍ପଣୀ ଦେଇ ଗତ ଦୁଇ ଦିନ ହେବ ବିବାଦର ପରିସର ଭୁକ୍ତ ହୋଇଛନ୍ତି ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି। ବିରାଟଙ୍କୁ ଅନ୍ୟ ଦେଶର ଖେଳାଳିମାନଙ୍କ ସହ ତୁଳନା କରି ବ୍ୟକ୍ତି ଜଣକ କହିଥିଲେ କି ସେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଖେଳାଳି ଖେଳୁଥିବା ସମୟରେ ବେଶି ଉପଭୋଗ କରନ୍ତି। ବ୍ୟକ୍ତିଙ୍କର ଏପରି କଥାରେ କ୍ଷୋଭ ପ୍ରକାଶ କରି ବିରାଟ ଟୁଇଟର୍ରେ ଉତ୍ତର ଦେଇଥିଲେ ଯେ ‘ଯଦି ବିଦେଶୀ ଖେଳାଳି ବେଶି ଭଲ ଲାଗୁଛନ୍ତି ତେବେ ଦେଶ ଛାଡ଼ି ବିଦେଶ ପଳାଅ।’ ବିରାଟଙ୍କର ଏପରି ଟିପ୍ପଣୀ ତାଙ୍କୁ ଟ୍ରୋଲ୍ କରାଇଛି। ପ୍ରତ୍ୟେକଙ୍କ ପସନ୍ଦର ସ୍ୱତନ୍ତ୍ରତା ଓ ସ୍ୱାଧୀନତା ରହିଛି। ବିରାଟ କାହାକୁ ଏପରି କହିପାରିବେ ନାହିଁ ବୋଲି ଅନେକ ଟୁଇଟର୍ ବ୍ୟବହାରକାରୀ ମତ ରଖିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଏ ପ୍ରସଂଗ ନେଇ ବିରାଟଙ୍କୁ ସମର୍ଥନ କରିଛନ୍ତି ପୂର୍ବତନ କ୍ରିକେଟ୍ ଖେଳାଳି ମହମ୍ମଦ କୈଫ୍। ସେ କହିଛନ୍ତି କି ‘ ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କୁ ଅଯଥାରେ ଟାର୍ଗେଟ କରାଯାଉଛି। ସେ ଏକ ନିର୍ଦ୍ଦିଷ୍ଟ ପ୍ରସଂଗରେ ଏପରି ମତ ରଖିଥିଲେ। ଲୋକମାନେ ତାହାକୁ ଟୁଇଷ୍ଟ୍ ବନାଇ ବିନା, କାରଣରେ କୋହଲିଙ୍କୁ ଟାର୍ଗେଟ କରୁଛନ୍ତି।’
ଉଲ୍ଳେଖଯୋଗ୍ୟ, ବିରାଟଙ୍କର ଏପରି ବୟାନକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର୍ କ୍ରିକେଟ୍ ଇନ୍ ଇଣ୍ଡିଆ(ବିସିସିଆଇ)। ଦିଲ୍ଲୀ କ୍ରିକେଟରଙ୍କ ଏପରି ବୟାନ ଶୁଣିବା ପରେ ବିସିସିଆଇ ପକ୍ଷରୁ କୁହାଯାଇଥିଲା କି ବିରାଟ ‘ଭାରତ ପରିତ୍ୟାଗ କର’ କହି କେନ୍ଦ୍ରୀୟ ଚୁକ୍ତି ଉଲଂଘନ କରିଛନ୍ତି। କ୍ରିକେଟ୍ ପ୍ରଶଂସକ ଓ ସେମାନଙ୍କ ପସନ୍ଦକୁ ବିସିସିଆଇ ସମ୍ମାନ କରେ। ଏ ନେଇ ବିସିସିଆଇର ଜଣେ ଅଧିକାରୀ କହିଥିଲେ ‘ପ୍ରଶଂସକମାନେ ଯଦି ଅଲଗା ଦେଶକୁ ପଳାନ୍ତି ପୁମା, ନାଇକ୍ ପରି କମ୍ପାନି ଆଉ ୧୦୦ କୋଟି ଟଙ୍କା ଲେଖାଏର ଦେଇ ଚୁକ୍ତି କରିବେ ନାହିଁ। ଯାହା ଫଳରେ ବିସିସିଆଇର ରୋଜଗାର କମିବ। ବିରାଟ ପୂର୍ବରୁ କରିଥିବା ଚୁକ୍ତିକୁ ଦୃଷ୍ଟି ଦେଲେ ଜାଣିପାରିବେ ଯେ ସେ କରିଥିବା ଚୁକ୍ତିର କିଛି ନୀତିକୁ ଉଲଂଘନ କରିଛନ୍ତି।’