କାନବେରା: ଭୁଟାନର ଯୋଡ଼ା ଶରୀର ଥିବା ୧୫ ମାସର ଯାଆଁଳା ଶିଶୁଙ୍କର ଅଷ୍ଟ୍ରେଲିଆ ଡାକ୍ତର ସଫଳତାର ସହ ଅସ୍ତ୍ରୋପଚାର କରିଛନ୍ତି। ଏହି ଶିଶୁ ଦ୍ୱୟ ହେଉଛନ୍ତି ନିମା ଏବଂ ଦାଓ୍ଵା। ଏମାନଙ୍କର ଅସ୍ତ୍ରୋପଚାର କରାଇବା ପାଇଁ ୨୦ ଜଣ ଡାକ୍ତର ଓ ନର୍ସଙ୍କୁ ଛଅ ଘଣ୍ଟା ସମୟ ଲାଗିଥିଲା। ଏହି ଅସ୍ତ୍ରୋପଚାର ଆମ ପାଇଁ କୌଣସି ଚକିତ କରିବା ପରି ଘଟଣା ନଥିଲା ବୋଲି ଅଷ୍ଟେଲିଆର ସର୍ଜନ ଜୋଇ କ୍ରାମେରି ମତ ରଖିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ଯାଆଁଳା ଶିଶୁ କନ୍ୟାଙ୍କର ଅସ୍ତ୍ରୋପଚାର କରିବା ପାଇଁ ଡାକ୍ତମାନଙ୍କୁ ବିଶେଷ ପରିଶ୍ରମ କରିବାକୁ ପଡ଼ିନଥିଲା। ଅସ୍ତ୍ରୋପଚାର ପରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଆଶାଜନକ ପରିବର୍ତ୍ତନ ଆସୁଛି ବୋଲି ଜାଣିବାକୁ ମିଳିଛି।
ଭୁଟାନର ଏହି ଦୁଇ କଅଁଳ ଶିଶୁଙ୍କୁ ଧରି ତାଙ୍କ ମାଆ ଭୁମଚୁ ଜାଙ୍ଗମୋ ଏକ ମାସ ତଳେ ଅଷ୍ଟ୍ରେଲିଆରେ ପହଞ୍ଚିଥିଲେ। ମାତ୍ର ଏହି ଯାଆଁଳା ଶିଶୁ ଦ୍ୱୟ ଅସ୍ତ୍ରୋପଚାର ଅବସ୍ଥାରେ ନଥିଲେ। ତେଣୁ ଡାକ୍ତର ସେମାନଙ୍କ ଅବସ୍ଥା ସୁଧୁରିବା ପରେ ଅସ୍ତ୍ରୋପଚାର କରିବେ ବୋଲି ଏତେ ଦିନ ଅପେକ୍ଷା କରି ରହିଥିଲେ।
ଡାକ୍ତରଙ୍କ କହିବା ମୁତାବକ ଏହି ଶିଶୁ ଦ୍ୱୟ ସାମୟିକ ଭାବେ ଯୋଡ଼ି ହୋଇ ରହିଥିଲେ। ସେପରି ଭିତରୁ ବିଶେଷ ରୂପରେ ସେମାନଙ୍କ ଶରୀର ଯୋଡ଼ି ହୋଇନଥିଲା।