ପଡ଼ିଆ ବାହାରେ ଭାରତ ଠାରୁ ହାରିଲା ପାକିସ୍ତାନ, ଆଇସିସି ଶୁଣାଇଲା ନିଷ୍ପତ୍ତି

ଦୁବାଇ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି)ର ବିବାଦ ନିବାରଣ ପେନାଲ ବିସିସିଆଇ ବିରୋଧରେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)ର କ୍ଷତିପୂରଣ ଦାବିକୁ ଖାରଜ କରି ଦେଇଛି। ପିସିବି ଭାରତୀୟ କ୍ରିକେଟ ବୋର୍ଡ ଉପରେ ଦ୍ୱିପାକ୍ଷିକ ଶୃଙ୍ଖଳା ସହିତ ଜଡ଼ିତ ବୁଝାମଣା ପତ୍ର (ଏମଓୟୁ))ର ସମ୍ମାନ ନକରିବା ଅଭିଯୋଗ ଆଣିଥିଲା।

ଆଇସିସି ନିଜର ଅଫିସିଆଲ ଟୁଇଟରରେ ପୋଷ୍ଟ କରିଛି ଯେ, ବିବାଦ ନିବାରଣ ପେନାଲ ‘ବିସିସିଆଇ’ର ବିପକ୍ଷରେ ପାକିସ୍ତାନ ମାମଲାକୁ ଖାରଜ କରି ଦେଇଛି।

ପିସିବି ବିସିସିଆଇ ସାମ୍ନାରେ ଏମଓୟୁର ସମ୍ମାନ ନକରିବା ଅଭିଯୋଗ ଆଣି ୪୪୭ କୋଟି ଟଙ୍କା କ୍ଷତିପୂରଣ ଦାବି କରିଥିଲା। ଏହି ଏମଓୟୁ ବଳରେ ଭାରତକୁ ୨୦୧୫ରୁ ୨୦୨୩ ମଧ୍ୟରେ ପାକିସ୍ତାନ ସହିତ ୬ ଦ୍ୱିପାକ୍ଷିକ ଶୃଙ୍ଖଳା ଖେଳିବାର ଥିଲା।

ବିସିସିଆଇ ଏହାର ଉତ୍ତରରେ କହିଥିଲା ଯେ, ଏହି କଥିତ ଏମଓୟୁକୁ ମାନିବାକୁ ବାଧ୍ୟ ନୁହେଁ ଏବଂ ଏହା କୌଣସି ପାକିସ୍ତାନ ଭାରତ ଦ୍ୱାରା ଦିଆଯାଇଥିବା ଆଇସିସିର ରାଜସ୍ୱ ମଡେଲକୁ ସଂପୂର୍ଣ୍ଣ ରୂପେ ସମର୍ଥନ କରି ନାହିଁ। ଆଇସିସି ଏହା ପରେ ପିସିବିର ସହାୟତା ଦାବି ଉପରେ ବିଚାର ପାଇଁ ୩ ସସସ୍ୟ ଯୁକ୍ତ ବିବାଦ ନିବାରଣ କମିଟି ଗଠନ କରିଥିଲା।

ସମ୍ବନ୍ଧିତ ଖବର