ଲଣ୍ଡନ୍: ଇଂଲଣ୍ଡ ଗସ୍ତରେ ଥିବା ଭାରତୀୟ ‘ଏ’ ଦଳ ତ୍ରିରାଷ୍ଟ୍ରୀୟ ଟ୍ରଫି କରାୟତ କରିଛି। ସୋମବାର ଫାଇନାଲ୍ରେ ଇଂଲଣ୍ଡ ଲାୟନ୍ସକୁ ୫ ଓ୍ଵିକେଟ୍ରେ ହରାଇ ଏହି ମୁକୁଟ ହାସଲ କରି ନେଇଛି ଶ୍ରେୟସ ଆୟରଙ୍କ ଦଳ। ଏହି ଦିନିକିଆ ଶୃଙ୍ଖଳାରେ େଓ୍ଵଷ୍ଟ୍ଇଣ୍ଡିଜ୍ ନିଜର ସମସ୍ତ ମ୍ୟାଚ୍ ହାରି ଗ୍ରୁପ୍ ପର୍ଯ୍ୟାୟରୁ ବିଦାୟ ନେଇଥିଲା। ଲଣ୍ଡନ୍ର କେନିଙ୍ଗଟନ୍ ଓଭାଲ୍ରେ ସୋମବାର ଫାଇନାଲ୍ରେ ଭାରତ ଟସ୍ ଜିତି ଇଂଲଣ୍ଡକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ସାମ୍ ହାନ୍ (୧୦୮ ରନ୍)ଙ୍କ ଶତକ ଏବଂ ଲିଆମ୍ ଲିଭିଙ୍ଗ୍ଷ୍ଟୋନ୍ (୮୩ ରନ୍)ଙ୍କ ଅର୍ଧଶତକ ବଳରେ ଇଂଲଣ୍ଡ ୯ ଓ୍ଵିକେଟ୍ ହରାଇ ୨୬୪ ରନ୍ କରିଥିଲା। ଏହି ଦୁଇ ବ୍ୟାଟ୍ସମ୍ୟାନ ଛଡ଼ା ଅନ୍ୟ କୌଣସି ଇଂଲଣ୍ଡ ଖେଳାଳି ବଡ଼ ସ୍କୋର୍ କରିବାରେ ବିଫଳ ହୋଇଥିଲେ। ଭାରତ ପକ୍ଷରୁ ଦୀପକ ଚହର ଓ ଖଲିଲ ଅହମ୍ମଦ ୩ ଲେଖାଏଁ ଏବଂ ସାର୍ଦୁଲ୍ ଠାକୁର ୨ ଓ୍ଵିକେଟ୍ ନେଇଥିଲେ। ଜବାବରେ ଭାରତ ୧୦ ବଲ୍ ପୂର୍ବରୁ ୫ ଓ୍ଵିକେଟ୍ ହରାଇ ମ୍ୟାଚ୍ ଜିତି ନେଇଥିଲା। ଋଷବ ପନ୍ତ ୬୪* ଏବଂ କୃନାଲ ପାଣ୍ଡ୍ୟା ୩୪* ଅପରାଜିତ ରହି ଏହି ବିଜୟ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶ୍ରେୟସ ଆୟର ୪୪, ମୟଙ୍କ ଅଗ୍ରଓ୍ଵାଲ୍ ୪୦ ଏବଂ ହନୁମା ବିହାରୀ ୩୭ ରନ୍ କରିଥିଲେ। ଇଂଲଣ୍ଡ ପକ୍ଷରୁ ଲିଅମ୍ ଡସନ୍ ୨ ଓ୍ଵିକେଟ୍ ନେଇଥିଲେ।
ସଂକ୍ଷିପ୍ତ ସ୍କୋର: ଇଂଲଣ୍ଡ ଲାୟନ୍ସ: ୫୦ ଓଭର ୨୬୪/୯ (ସାମ୍ ହାନ୍-୧୦୮, ଲିଆମ୍ ଲିଭିଙ୍ଗ୍ଷ୍ଟୋନ୍-୮୩, ଦୀପକ ଚହର-୩/୫୮, ଖଲିଲ ଅହମ୍ମଦ-୩/୪୮, ଶାର୍ଦୁଲ୍ ଠାକୁର-୨/୪୨)। ଭାରତ-ଏ: ୪୮.୨ ଓଭର ୨୬୭/୫ (ଋଷବ ପନ୍ତ-୬୪*, ଶ୍ରେୟସ ଆୟର-୪୪, ମୟଙ୍କ ଅଗ୍ରଓ୍ଵାଲ୍-୪୦, ହନୁମା ବିହାରୀ-୩୭, କୃନାଲ ପାଣ୍ଡ୍ୟା-୩୪*, ଲିଅମ୍ ଡସନ୍-୨/୩୭)।
ପୂର୍ବବର୍ତ୍ତୀ ଖବର
ପରବର୍ତ୍ତୀ ଖବର
ସମ୍ବନ୍ଧିତ ଖବର