ଲର୍ଡସ୍‌ ଟେଷ୍ଟ: ଇଂଲଣ୍ଡ ବିରୋଧରେ ଭାରତକୁ ୨ୟ ଝଟକା, ସ୍କୋର ୨/୧୭

ଲଣ୍ଡନ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଲର୍ଡସ୍‌ ଷ୍ଟାଡିୟମରେ ୫ ଟେଷ୍ଟ ମ୍ୟାଚ୍‌ର ୨ୟ ମୁକାବିଲା ୪ର୍ଥ ଦିନରେ ରବିବାର ୭ ଓ୍ଵିକେଟ୍‌ରେ ୩୯୬ ରନ୍‌ ସଂଗ୍ରହ କରି ପାଳି ଘୋଷଣା କରିଛି। ଏହି ଆଧାରରେ ଇଂଲଣ୍ଡ ୨୮୯ ରନ୍‌ ଅଗ୍ରଣୀ ଅଛି। ଇଂଲଣ୍ଡର ବୋଲର ଜେମ୍ସ ଆଣ୍ଡରସନଙ୍କ ବଲ ଜନି ବେୟାରଷ୍ଟୋଙ୍କୁ କ୍ୟାଚ୍‌ ଦେଇ ପାଭଲିଅନକୁ ଫେରିଛନ୍ତି। ଆଣ୍ଡରସନ୍‌ଙ୍କ ଦ୍ୱାରା ଲୋକେଶ ରାହୁଲ ଏଲବିଡବ୍ଲୁ ହୋଇଥିଲେ। ରିପୋର୍ଟ ଲେଖାଯିବା ବେଳକୁ ଭାରତ ୮.୫ ଓଭରରେ ୨ଟି ଓ୍ଵିକେଟ୍‌ ହରାଇ ୧୭ ରନ୍‌ ସଂଗ୍ରହ କରିଥିବା ବେଳେ, ଚେତେଶ୍ୱର ପୂଜାରା ଓ ଆଜିଙ୍କ୍ୟ ରାହାଣେ କ୍ରିଜ୍‌ରେ ଅଛନ୍ତି।

ପ୍ରଥମ ପାଳିରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଲ ଖେଳି ଜନି ବେୟାରଷ୍ଟୋ ଦିନେଶ କାର୍ତ୍ତିକଙ୍କୁ କ୍ୟାଚ୍‌ ଦେଇଥିଲେ। ଏହା ପୂର୍ବରୁ ବେୟାରଷ୍ଟୋ ୯୩ ରନ୍‌ ସଂଗ୍ରହ କରି ନେଇଥିଲେ। ଇଂଲଣ୍ଡର ଓପନ୍‌ର ଆଲିଷ୍ଟର କୁକ୍‌ ୨୧ ରନ୍‌, କିଏଟନ୍‌ ଜେନିଙ୍ଗସ୍‌ ୧୧ ରନ୍‌, ଅଧିନାୟକ ଜୋଏ ରୁଟ୍‌ ୧୯ ରନ୍‌, ଓଲାଇ ପୋପ୍‌ ୨୮ ରନ୍‌ ଓ ଜୋସ୍‌ ବଟଲର୍‌ ୨୪ ରନ୍‌ ସଂଗ୍ରହ କରି ଆଉଟ୍‌ ହୋଇଥିଲେ। ଭାରତୀୟ ବୋଲର ମହମ୍ମଦ ସାମିଙ୍କୁ ୩ଟି ଓ୍ଵିକେଟ୍‌ ମିଳିଥିବା ବେଳେ ଈଶାନ୍ତ ଶର୍ମା ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ମିିଳିଛି। ପ୍ରଥମ ଇନିଂସରେ ଭାରତର ବ୍ୟାଟିଂ ବିପର୍ଯୟ ହୋଇଥିଲା। ଭାରତୀୟ ବ୍ୟାଟସ୍‌ମ୍ୟାନ୍‌ମାନେ ପ୍ରଥମ ପାଳିରେ ୩୫.୨ ଓଭରରେ ସମସ୍ତ ଓ୍ଵିକେଟ୍‌ ହରାଇ ୧୦୭ ରନ୍‌ ସଂଗ୍ରହ କରିଥିଲେ।

ସମ୍ବନ୍ଧିତ ଖବର