ଭାରତ ପ୍ରଥମେ ନ୍ୟୁଜିଲାଣ୍ଡକୁ ଭେଟିବ

ଦୁବାଇ: ଚଳିତ ବର୍ଷ ନଭେମ୍ବର ୯ରୁ ୨୪ ତାରିଖ ପର୍ଯ୍ୟନ୍ତ େଓ୍ଵଷ୍ଟ୍‍ଇଣ୍ଡିଜ୍‌ରେ ହେବାକୁଥିବା ମହିଳା ଟେ୍ଵଣ୍ଟି-୨୦ ବିଶ୍ୱକପ୍‌ ଲାଗି ସୋମବାର ଆଇସିସି ପକ୍ଷରୁ ସୂଚୀ ପ୍ରକାଶିତ ହୋଇଛି। ଏଥିସହ ଏହି ପ୍ରତିଯୋଗିତାରେ ପ୍ରଥମ ଥର ଲାଗି ଡିଆର୍‌ଏସ୍‌ ପ୍ରଚଳିତ ହେବ। ୧୦ ଦଳୀୟ ଏହି ପ୍ରତିଯୋଗିତାର ଗ୍ରୁପ୍‌-ଏରେ ପୂର୍ବ ବିଜେତା େଓ୍ଵଷ୍ଟଇଣ୍ଡିଜ୍‌, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା ଓ ଶ୍ରୀଲଙ୍କା ଏବଂ ଗ୍ରୁପ୍‌-ବିରେ ଭାରତ ସହ ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ ଓ ପାକିସ୍ତାନ ରହିଛନ୍ତି। ତେବେ ଅନ୍ୟ ଦୁଇ ଦଳ ନେଦରଲାଣ୍ଡରେ ଜୁଲାଇରେ ହେବାକୁଥିବା ଯୋଗ୍ୟତା ପର୍ଯ୍ୟାୟରୁ ଆସିବେ। ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ୯ ତାରିଖରେ ଉଦ୍‌ଘାଟନୀ ମ୍ୟାଚ୍‌ ଖେଳାଯିବ। ଏହାପରେ ୧୧ ତାରିଖରେ ଭାରତ ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ଏବଂ ୧୫ରେ ଅଷ୍ଟ୍ରେଲିଆ ସହ ଖେଳିବ। ୧୭ ତାରିଖରେ ଶେଷ ଲିଗ୍‌ ମ୍ୟାଚ୍‌ ଖେଳିବ। ସେମିଫାଇନାଲ୍‌ ମ୍ୟାଚ୍‌ ୨୨ରେ ଏବଂ ଫାଇନାଲ୍‌ ମ୍ୟାଚ୍‌ ୨୪ରେ ଆଣ୍ଟିଗୁଆସ୍ଥିତ ସାର୍‌ ଭିଭିଆନ୍‌ ରିଚାର୍ଡସ କ୍ରିକେଟ୍‌ ଗ୍ରାଉଣ୍ଡ୍‌ରେ ଖେଳାଯିବ।

ସମ୍ବନ୍ଧିତ ଖବର