୯୦୦୦ ରନ୍‌ ପୂରଣ ପରେ ୩୨ ତମ ଶକତ ହାସଲ କଲେ କୋହଲି

ଭାରତ-ନ୍ୟୁଜିଲାଣ୍ଡ ନିର୍ଣ୍ଣାୟକ ଦିନିକିଆ: ଭାରତର ସ୍କୋର ୩/୨୭୩

କାନପୁର: ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି କ୍ୟାରିୟରର ୩୨ତମ ଶତକ ହାସଲ କରିଛନ୍ତି। ରୋହିତ ୨୦୧୭ କ୍ୟାଲେଣ୍ଡର ବର୍ଷରେ ୧୦୦୦ ରନ୍‌ ପୂରା କରିଥିବା ବେଳେ କୋହଲି ୯୦୦୦ ରନ୍‌ ପୂରା କରିଛନ୍ତିି। ରୋହିତ ୧୭୨ତମ ଦିନିକିଆରେ ୧୦୬ଟି ବଲ ଖେଳି ଏହି ଉପଲବ୍ଧି ହାସଲ କରିଥିବା ବେଳେ କୋହଲି ୯୪ଟି ବଲରୁ ୩୨ତମ ଶତକ ହାସଲ କରିଛନ୍ତି।

ଉତ୍ତରପ୍ରଦେଶର କାନପୁରସ୍ଥିତ ଗ୍ରୀନପାର୍କ ଷ୍ଟାଡିୟମରେ ରବିବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୩ୟ ତଥା ନିର୍ଣ୍ଣାୟକ ଦିନିକିଆ ଜାରି ରହିଛି। ଓପନର ରୋହିତ ଶର୍ମା ୧୫ତମ ଶତକ (୧୪୭ରନ୍‌) ସଂଗ୍ରହ କରିବା ପରେ ଆଉଟ ହୋଇ ପାଭଲିୟନକୁ ଫେରି ଯାଇଛନ୍ତି। ଭାରତର ପ୍ରଥମ ଓ୍ଵିକେଟ ୨୯ ରନ୍‌(୬.୧ଓଭର) ଓପନର ଶିଖର ଧାଓ୍ଵନ (୧୪) ୨୦ ଟି ବଲ ଖେଳି ପାଭଲିୟନ ଫେରି ଯାଇଥିଲେ। ସେ ଟିମ୍‌ ସାଉଦୀଙ୍କ ବଲ ଖେଳିବାକୁ ଯାଇ ଅଧିନାୟକ କେନ ଓ୍ଵିଲିୟମସନ୍‌ଙ୍କୁ କ୍ୟାଚ ଦେଇଥିଲେ ଧାଓ୍ଵନ। ନ୍ୟୁଜିଲାଣ୍ଡର ଦ୍ୱିତୀୟ ଶିକାର ହୋଇଥିଲେ ରୋହିତ ଶର୍ମା। ସେ ଦଳର ସ୍କୋର ୨୫୯ (୪୧.୨ଓଭର) ଥିବା ବେଳେ ମିଚେଲ ସାଣ୍ଟନର୍‌ଙ୍କ ବଲ ଟିମ୍‌ ସାଉଦୀଙ୍କୁ କ୍ୟାଚ ଦେଇଥିଲେ। ହାର୍ଦିକ ପାଣ୍ଡ୍ୟା ୮ ରନ୍‌ କରି ମିଚେଲ ସାଣ୍ଟନର୍‌ଙ୍କ ବଲ ଟିମ୍‌ ସାଉଦୀଙ୍କୁ କ୍ୟାଚ ଦେଇଥିଲେ।

ରିପୋର୍ଟ ଲେଖାଯିବା ବେଳକୁ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଓ ହାର୍ଦିକ ପାଣ୍ଡ୍ୟା କ୍ରିଜରେ ଅଛନ୍ତି। ଭାରତ ୪୩.୧ଓଭର ପରିସମାପ୍ତି ୩ଓ୍ଵିକେଟ ହାରଇ ଭାରତ ୨୭୩ ରନ୍‌ ସଂଗ୍ରହ କରିଛି।

ସମ୍ବନ୍ଧିତ ଖବର