ଭାରତ-ନିଉଜ୍‌ଲାଣ୍ଡ୍‌ ଟି-ଟେ୍ଵଣ୍ଟି: ଭାରତକୁ ୧୫୯ ରନ୍‌ ଟାର୍ଗେଟ୍‌ ଦେଲା ନିଉଜିଲାଣ୍ଡ୍‌: ଭାରତ ୫୦/୦

ନୂଆଦିଲ୍ଲୀ: ଶୁକ୍ରବାର ଦିନ ନିଉଜିଲାଣ୍ଡର ଅଉକ୍‌ଲାଣ୍ଡ୍‌ସ୍ଥିତ ଇଡେନ୍‌ ପାର୍କ ଠାରେ ଭାରତ ଓ ନିଉଜିଲାଣ୍ଡ୍‌ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-ଟେ୍ଵଣ୍ଟି ମ୍ୟାଚ୍‌ରେ ନିର୍ଦ୍ଧାରିତ ୨୦ ଓଭର ଖେଳ ଶେଷ ସୁଦ୍ଧା ୮ ଉଇକେଟ୍‌ ବିନିମୟରେ ନିଉଜିଲାଣ୍ଡ୍‌ ୧୫୮ ରନ୍‌ କରିଛି।

ଭାରତୀୟ ବୋଲର୍‌ କୃନାଲ୍‌ ପାଣ୍ଡ୍ୟା ୨୮ ରନ୍‌ ଦେଇ ୩ ଉଇକେଟ୍‌ ଅକ୍ତିଆର କରିଥିବା ବେଳେ ଖଲିଲ୍‌ ଅହମଦ୍‌ ୨ ଉଇକେଟ୍‌, ହାର୍ଦ୍ଦିକ ପାଣ୍ଡ୍ୟା, ବିଜୟ କୁମାର ଓ ଭୁବନେଶ୍ୱର କୁମାର ଗୋଟିଏ ଲେଖାଁଏ ଉଇକେଟ୍‌ ନେଇଛନ୍ତି।

ସିଫର୍ଟ ମାତ୍ର ୧୨ ରନ୍‌ କରିଥିବା ବେଳେ ଭୁବନେଶ୍ୱର କୁମାରଙ୍କ ବଲ୍‌ରେ ଆଉଟ୍‌ ହୋଇ ଯାଇଥିଲେ। ପରେ ପରେ କୃନାଲ୍‌ ପାଣ୍ଡ୍ୟା ମୁନ୍‌ରୋ, ଡେରିଲ୍‌ ଓ ଓ୍ଵିଲିୟମ୍‌ସନ୍‌ଙ୍କ ଉଇକେଟ୍‌ ଅକ୍ତିଆର୍‌ କରିଥିଲେ।

ତା’ପରେ ହାର୍ଦ୍ଦିକ୍‌ ପାଣ୍ଡ୍ୟାଙ୍କ ବଲ୍‌ରେ ଆଉଟ୍‌ ହୋଇଥିଲେ ଡି ଗ୍ରାଣ୍ଡ୍‌ହୋମ୍‌। ପରେ ପରେ ବିଜୟ କୁମାରଙ୍କ ବଲ୍‌ରେ ଆଉଟ୍‌ ହୋଇଥିଲେ ଟେଲର୍‌।

ଭାରତ ପକ୍ଷରୁ ରୋହିତ ଶର୍ମା ଓ ଶିଖର ଧାଓ୍ଵନ ଇନିଙ୍ଗ୍‌ସ୍‌ ଆରମ୍ଭ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଭାରତ ସାତ ଓଭର୍‌ ଖେଳି କୌଣସି ଉଇକେଟ୍‌ ନ ହରାଇ ୫୦ ରନ୍‌ କରିଛି।

ସମ୍ବନ୍ଧିତ ଖବର