ବିଶ୍ୱକପ୍‌ ପୂର୍ବରୁ ନ୍ୟୁଜିଲାଣ୍ଡ ଏବଂ ବାଂଲାଦେଶ ସହିତ ଅଭ୍ୟାସ ମ୍ୟାଚ ଖେଳିବ ଭାରତ

0

ଦୁବାଇ: ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ ପରିଷଦ) ଦ୍ୱାରା ପରିଚାଳିତ କ୍ରିକେଟ ବିଶ୍ୱକପ୍‌ ପୂର୍ବରୁ ଭାରତ ୨ଟି ଅଭ୍ୟାସ ମ୍ୟାଚ ଖେଳିବ। ଇଂଲଣ୍ଡ ଓ ୱେଲସ୍‌ରେ ମେ’ମାସ ୩୦ରୁ ଆରମ୍ଭ ହେଉଥିବା ବିଶ୍ୱକପ୍‌ ପୂର୍ବରୁ ବାଂଲାଦେଶ ଏବଂ ନ୍ୟୁଜିଲାଣ୍ଡ ସହିତ ଭାରତ ୨ଟି ଅଭ୍ୟାସ ମ୍ୟାଚ ଖେଳିବ। ଇଂଲଣ୍ଡ ଏବଂ ୱେଲସ୍‌ର ୪ଟି ସ୍ଥାନରେ ଆୟୋଜନ ହେଉଥିବା ବିଶ୍ୱକପ୍‌ ପୂର୍ବରୁ ଭାରତ ସମେତ ଅନ୍ୟ ୯ଟି ଟିମ୍‌କୁ ୨ଟି ଲେଖାଏଁ ଅଭ୍ୟାସ ମ୍ୟାଚ ଖେଳିବାକୁ ହେବ ବୋଲି ଆଇସିସି ପକ୍ଷରୁ ଜାରି କରାଯାଇଥିବା ଏକ ବିଜ୍ଞପ୍ତିରେ କୁହାଯାଇଛି।

ଆଇସିସିର ବିଜ୍ଞପ୍ତିରେ କୁହାଯାଇଛି ଯେ, ଭାରତ ତା’ର କୋଟାର ୨ଟି ମ୍ୟାଚ ମେ’ ମାସ ୨୪ରୁ ୨୮ ମଧ୍ୟରେ ଖେଳିବ। ଭାରତକୁ ଏହି ମ୍ୟାଚ୍‌ ବ୍ରିଷ୍ଟଲ, କାର୍ଡିଫ, ହେପସର ବାଉଲ ଏବଂ ଦ ଓଭାଲରେ ଖେଳିବାକୁ ପଡ଼ିବ। ଭାରତକୁ ନ୍ୟୁଜିଲାଣ୍ଡ ସହିତ ମେ’ ମାସ ୨୫ ଓ ବାଂଲାଦେଶ ସହିତ ୨୮ରେ ଅଭ୍ୟାସ ମ୍ୟାଚ ଖେଳିବାକୁ ହେବ। ଅଭ୍ୟାସ ମ୍ୟାଚ ୫୦ ଓଭର ଖେଳାଯିବାକୁ ଥିବା ବେଳେ, ଅଫିସିଆଲ ଭାବରେ ଏହାକୁ ଦିନିକିଆ ଭାବରେ ଗ୍ରହଣ କରାଯିବ ନାହିଁ। ଭାରତୀୟ ଟିମ୍‌ର ୧୫ ଜଣିଆ ସଦସ୍ୟ ମ୍ୟାଚ ପାଇଁ ପଡ଼ିଆକୁ ଓହ୍ଲାଇବେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.