ହଳଦୀ ହେଉଛି ଏକ ଏପରି ଜିନିଷ ଯାହା ସବୁ ଭାରତୀୟ ରୋଷେଇ ଘରେ ଅତି ସହଜରେ ମିଳିଥାଏ । ଆଣ୍ଟିସେପ୍ଟିକ୍‌ ଏବଂ ଆଣ୍ଟିବାୟୋଟିକ୍‌ ଗୁଣରେ ଭରପୂର ଥିବା ହଳଦୀ ଶରୀରରେ ହେଉଥିବା ଯନ୍ତ୍ରଣାକୁ ଦୂର କରିଥାଏ । ଯଦି ଆପଣ ଶୀତ ଦିନେ ନିୟମିତ ଭାବରେ କ୍ଷୀରରେ ହଳଦୀ ମିଶାଇ ପିଉଛନ୍ତି, ତେବେ ଆପଣଙ୍କ ଶରୀରକୁ ଅନେକ ଫାଇଦା ମିଳିଥାଏ । ଏବେ ଆସନ୍ତୁ ଜାଣିବା ହଳଦୀ ମିଶା କ୍ଷୀରରୁ ଶରୀରକୁ ମିଳୁଥିବା ବିଭିନ୍ନ ଫାଇଦା ବିଷୟରେ..।

Advertisment

୧.ଯଦି ଆପଣଙ୍କୁ ଥକାପଣ ଅନୁଭବ ହେବା ସହ ଶରୀରରେ ଯନ୍ତ୍ରଣା ଅନୁଭବ ହେଉଛି,ତେବେ ଗୋଟେ ଗ୍ଲାସ କ୍ଷୀରରେ ଅଧା ଚାମଚ ହଳଦୀ ମିଶାଇ ସେବନ କରନ୍ତୁ ।

୨.କ୍ଷୀର ପିଇବା ଦ୍ୱାରା ତ୍ୱଚାରେ ଚମକ ଆସିଥାଏ । ଯଦି ଆପଣ କ୍ଷୀରରେ ହଳଦୀ ମିଶାଇ ପିଉଛନ୍ତି, ତେବେ ହଳଦୀରେ ଥିବା ଆଣ୍ଟିସେପ୍ଟିକ୍‌ ଏବଂ ଆଣ୍ଟିବାୟୋଟିକ୍‌ ଗୁଣ ତ୍ୱଚାଜନିତ ସମସ୍ତ ସମସ୍ୟା ଦୂର କରିଥାଏ ।

publive-image FirstCry Parenting

୩.ଯଦି ଆପଣଙ୍କୁ ରାତିରେ ଠିକ୍‌ ଭାବରେ ନିଦ ହେଉ ନାହିଁ,ତେବେ ହଳଦୀ ମିଶା କ୍ଷୀର ପିଇବା ଆରମ୍ଭ କରନ୍ତୁ । ଶୋଇବାର ଅଧଘଣ୍ଟା ପୂର୍ବରୁ ହଳଦୀ କ୍ଷୀର ପିଅନ୍ତୁ ।

୪.ଶରୀରରେ ଶର୍କରା ସ୍ତର ଅଧିକ ଥିଲେ ହଳଦୀ ମିଶା କ୍ଷୀର ପିଇ ଏହାକୁ ନିୟନ୍ତ୍ରଣକୁ ଆଣି ପାରିବେ ।
୫.ଯେଉଁ ଲୋକମାନଙ୍କୁ ଶୀତ ଦିନେ ପ୍ରଦୂଷଣ ହେତୁ ନିଶ୍ୱାସ ନେବାରେ ଅସୁବିଧା ଅନୁଭବ ହେଉଛି,ସେମାନଙ୍କୁ ହଳଦୀ ମିଶା କ୍ଷୀର ପିଇବା ନିହାତି ଆବଶ୍ୟକ ।

publive-image Indiatimes.com