୪୩ ବର୍ଷ ବୟସରେ ଏକତା କପୁର ବନିଲେ ମା’, ପୁତ୍ର ସନ୍ତାନକୁ ଦେଲେ ଜନ୍ମ

ନୂଆଦିଲ୍ଲୀ: ସିନେମା ପ୍ରଯୋଜକ ଓ ନିର୍ଦ୍ଦେଶକ ତଥା ଟେଲିଭିଜନ୍‌ କୁଇନ୍‌ ଏକତା କପୁରଙ୍କ ଘରେ ଖୁସି ଭରି ଯାଇଛି। ଏକତା କପୁର ମା’ ବନି ଯାଇଛନ୍ତି। ଏହି ଖୁସି ଅବସରରେ ଏକତାଙ୍କୁ ସିନୋ ଓ ଟେଲି ଦୁନିଆରୁ ଶୁଭେଚ୍ଛା ମିଳିଛି।

ଏକତା କପୁର ସରୋଗେସି ଜରିଆରେ ଏକ ପୁତ୍ର ସନ୍ତାନର ମା’ ବନିଛନ୍ତି। ସରୋଗେସି ଜରିଆରେ ଗତ ଜାନୁଆରି ୨୭ ତାରିଖରେ ସେ ପ୍ରଥମ ସନ୍ତାନକୁ ଜନ୍ମ ଦେଇଛନ୍ତି। ଏବେ ଉଭୟ ମା’ ଓ ଶିଶୁ ସୁସ୍ଥ ଅଛନ୍ତି। ଖୁବ୍‌ ଶୀଘ୍ର ଏକତା ତାଙ୍କ ପୁତ୍ର ସନ୍ତାନକୁ ଧରି ହସ୍‌ପିଟାଲ୍‌ରୁ ଘରକୁ ଫେରିବେ। ଏହି ଶିଶୁର ସ୍ୱାଗତ ପାଇଁ ସମ୍ପୂର୍ଣ୍ଣ କପୁର ପରିବାର ଜୋର୍‌ସୋର୍‌ରେ ଲାଗି ପଡ଼ିଛନ୍ତି।

ଏହା ପୂର୍ବରୁ ଏକତାଙ୍କ ଭାଇ ତୁଷାର କପୁର ସରୋଗେସି ଜରିଆରେ ପିତା ବନିଥିଲେ। ପାଖାପାଖି ତିନିବର୍ଷ ପୂର୍ବରୁ ସରୋଗେସି ଜରିଆରେ ପିତା ବନିଥିବା ତୁଷାର କପୁରଙ୍କ ପୁଅର ନାମ ଲକ୍ଷ୍ୟ କପୁର ରହିଛି।

ସମ୍ବନ୍ଧିତ ଖବର