ଇଣ୍ଡିଆନ୍‌ େଓ୍ଵଲ୍‌ସ ମାଷ୍ଟର୍ସ:ପୌଲିଙ୍କୁ ହରାଇଲେ ୟୁକି

ଜୋକୋଭିକ୍‌ ବିଦା

ଇଣ୍ଡିଆନ୍‌  ଓ୍ଵଲ୍‌ସ: ଭାରତୀୟ ଟେନିସ୍‌ ତାରକା ୟୁକି ଭାମ୍ବ୍ରି ଚଳିତ ଇଣ୍ଡିଆନ୍‌ େଓ୍ଵଲ୍‌ସ ମାଷ୍ଟର୍ସ ପ୍ରତିଯୋଗିତାରେ ନିଜ ଜୀବନର ବଡ଼ ବିଜୟ ପାଇଛନ୍ତି। ସୋମବାର ତୃତୀୟ ପର୍ଯ୍ୟାୟ ମୁକାବିଲାରେ ୧୧୦ ମାନ୍ୟତାପ୍ରାପ୍ତ ୟୁକି ୬-୪, ୬-୪ ସିଧାସଳଖ ସେଟ୍‌ରେ ଦ୍ୱାଦଶ ମାନ୍ୟତା ଫ୍ରାନ୍ସ ତାରକା ଲୁକାସ ପୌଲିଙ୍କୁ ହରାଇ ଦେଇଛନ୍ତି। ଏହି ବିଜୟ ସହ ୟୁକି ୪୫ ଏଟିପି ପଏଣ୍ଟ୍‌ ସହ ୪୧,୭୦୦ ଆମେରିକୀୟ ଡଲାର ନିଶ୍ଚିତ କରିଛନ୍ତି। ପରବର୍ତୀ ପର୍ଯ୍ୟାୟରେ ସେ ୨୧ ମାନ୍ୟତା ଆମେରିକାର ସାମ୍‌ କ୍ୱେରିଙ୍କୁ ଭେଟିବେ। କ୍ୱେରି ୬-୪, ୭-୫ ସେଟ୍‌ରେ ଜର୍ମାନିର ମିଶ୍ଚା ଭେରଭ୍‌ଙ୍କୁ ପରାସ୍ତ କରିଥିଲେ। ପୁରୁଷ ଯୁଗଳରୁ ଭାରତୀୟ ତାରକା ରୋହନ ବୋପାନ୍ନା ଏବଂ ତାଙ୍କ ସାଥୀ ଏଡୌରାଦ ରୋଜର-ଭାସେଲିନ୍‌ ପ୍ରଥମ ପର୍ଯ୍ୟାୟରୁ ବିଦାୟ ନେଇଥିଲେ।

୫ ଥରର ଇଣ୍ଡିଆନ୍‌ େଓ୍ଵଲ୍‌ସ ପୁରୁଷ ଏକକ ବିଜେତା ସର୍ବିଆ ତାରକା ନୋଭାକ ଜୋକୋଭିକ ପ୍ରଥମ ପର୍ଯ୍ୟାୟରୁ ବିଦାୟ ନେଇଛନ୍ତି। ବିଶ୍ୱର ଏହି ପୂର୍ବତନ ଶୀର୍ଷ ଖେଳାଳି ୬-୭, ୬-୪, ୧-୬ ସେଟ୍‌ରେ ଅଣମାନ୍ୟତା ଜାପାନ ଖେଳାଳି ତାରୋ ଡାନିଏଲ୍‌ଙ୍କଠୁ ହରି ଯାଇଥିଲେ। ବିଶ୍ୱ ମାନ୍ୟତାର ଶୀର୍ଷ ସ୍ଥାନରେ ଥିବା ସ୍ୱିଜରଲାଣ୍ଡ ତାରକା ରୋଜର ଫେଡେରର୍‌ ଏବଂ ରୋମାନିଆର ସିମୋନା ହାଲେପ ନିଜ ନିଜ ବିଜୟ ସହ ପ୍ରତିଯୋଗିତାର ଆଗକୁ ବଢ଼ିଛନ୍ତି। ପୁରୁଷ ଏକକରେ ଫେଡେରର୍‌ ୬-୩, ୭-୬ ସେଟ୍‌ରେ ଆର୍ଜେଣ୍ଟିନାର ଫେଡେରିକୋ ଡେଲ୍‌ବୋନିସ୍‌ଙ୍କୁ ହରାଇଥିଲା ବେଳେ ମହିଳା ଏକକରେ ହାଲେପ ୬-୧, ୬-୭, ୨-୬ ସେଟ୍‌ରେ ଆମେରିକାର କାରୋଲିନା ଡୋଲେହିଦେଙ୍କୁ ପରାସ୍ତ କରିଥିଲେ।

ସମ୍ବନ୍ଧିତ ଖବର