ଭାରତୀୟ ଯୁବ ଫୁଟ୍‌ବଲ୍‌ ଦଳରେ ବିକି, ସମୀର

କଟକ: ସର୍ବିଆରେ ଆସନ୍ତା ୯ରୁ ୧୩ ତାରିଖ ପର୍ଯ୍ୟନ୍ତ ୧୬ ବର୍ଷରୁ କମ୍‌ ଚତୁଃରାଷ୍ଟ୍ରୀୟ ଫୁଟ୍‌ବଲ୍‌ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିପାଇଁ ଚୟନ ହୋଇଥିବା ଭାରତୀୟ ଦଳରେ ଓଡ଼ିଶାରୁ ବିକି ଓରାମ, ସମୀର କେର୍କେଟା ସ୍ଥାନ ପାଇଛନ୍ତି। ଏହି ଦୁଇଜଣଙ୍କ ବ୍ୟତୀତ ଫିଜିଓ ଭାବେ ସୌମ୍ୟ ରାଉତ ଭାରତୀୟ ଦଳ ସହିତ ସର୍ବିଆ ଗସ୍ତ କରିବେ। ଭାରତୀୟ ଦଳ ଗତ ୨୩ ତାରିଖରେ ସ୍ପେନ୍‌ରୁ ଫେରିବା ପରେ ସପ୍ତାହେ ଛୁଟିରେ ଖେଳାଳିମାନେ ରହିଥିଲେ। ଏବେ ମେ’ ୧ରୁ ୬ ତାରିଖ ପର୍ଯ୍ୟନ୍ତ ଗୋଆରେ ଅଭ୍ୟାସ ଶିବିର ଚାଲିଛି। ୭ ତାରିଖରୁ ଭାରତୀୟ ଦଳ ସର୍ବିଆ ଗସ୍ତ କରିବ ବୋଲି ସୌମ୍ୟ ସୂଚନା ଦେଇଛନ୍ତି। ସେଠାରେ ୯ ତାରିଖରେ ଜୋର୍ଡାନ୍‌, ୧୧ରେ ସର୍ବିଆ ଓ ୧୩ରେ ତାଜିକିସ୍ତାନ ସହିତ ଭାରତ ମ୍ୟାଚ ଖେଳିବ।

ସମ୍ବନ୍ଧିତ ଖବର