ଗ୍ରୀଷ୍ମକାଳୀନ ବନ୍ଧୁକଚାଳନା ଶିବିର ଆରମ୍ଭ

ଭୁବନେଶ୍ୱର: ଓଡ଼ିଶା ରାଇଫଲ୍‌ ସଂଘ ଏବଂ ଉତ୍କଳ କରାଟେ ସ୍କୁଲ୍‌ର ମିଳିତ ସହଯୋଗରେ ମେ’ ୧ ତାରିଖରୁ ଗ୍ରୀଷ୍ମକାଳୀନ ବନ୍ଧୁକ ଚାଳନା ଶିବିର ଆରମ୍ଭ ହୋଇଛି। ୫ ଦିନିଆ ଏହି ଶିବିରରେ ବିଭିନ୍ନ ଜିଲ୍ଲାରୁ ପ୍ରାୟ ୬୦ ପ୍ରଶିକ୍ଷାର୍ଥୀ ଅଂଶଗ୍ରହଣ କରିଛନ୍ତି। ଦ୍ୱିତୀୟ ସଂସ୍କରଣ ଶିବିର ପାଇଁ ମଧ୍ୟ ଉତ୍କଳ କରାଟେ ସ୍କୁଲ୍‌ଠାରେ ପଞ୍ଜିକରଣ ଚାଲୁ ରହିଛି। ୧୨ ବର୍ଷରୁ ଅଧିକ ବାଳକ ଓ ବାଳିକାଙ୍କ ସହ ବିଭିନ୍ନ ସୁରକ୍ଷା କର୍ମଚାରୀ ସଂସ୍ଥା, ଏନ୍‌ସିସି ଛାତ୍ରଛାତ୍ରୀ ଏବଂ ଲାଇସେନ୍ସ ପ୍ରାପ୍ତ ବନ୍ଧୁକଧାରୀ ଏହି ଶିବିରରେ ଯୋଗ ଦେଇ ପାରିବେ। ଶିବିିରରେ ବନ୍ଧୁକଚାଳନା ସମ୍ପର୍କିତ ତଥ୍ୟ, ବୈଷୟିକ ଜ୍ଞାନ ଓ କୌଶଳ ତଥା ଏୟାର ରାଇଫଲ୍‌, ଏୟାର ପିସ୍ତଲ ଓ .୨୨ ରାଇଫଲ୍‌ ଏବଂ ସମସ୍ତ ପ୍ରକାରର ପିସ୍ତଲ/ରିଭଲବର ବନ୍ଧୁକରେ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି। ଅନ୍ତର୍ଜାତୀୟ ବନ୍ଧୁକଚାଳନା କ୍ରୀଡ଼ା ସଂଘ ଦ୍ୱାରା ସ୍ୱୀକୃତି ପ୍ରାପ୍ତ ପ୍ରଶିକ୍ଷକ ଶିବିରକୁ ପରିଚାଳନା କରୁଛନ୍ତି। ଅଧିକ ବିବରଣୀ ପାଇଁ ଫୋନ୍‌ ନମ୍ବର ୦୬୭୪-୨୫୩୨୫୩୨ କିମ୍ବା ୯୦୯୦୪ ୦୨୨୯୪ରେ ଯୋଗାଯୋଗ କରିପାରିବେ।

ସମ୍ବନ୍ଧିତ ଖବର