ଅନ୍ତଃଜିଲ୍ଲା ଟେନିସ୍‌ ଭଲିବଲ୍‌ ପ୍ରତିଯୋଗିତା ଉଦ୍‌ଯାପିତ

କଟକ: ତୃତୀୟ ଅନ୍ତଃଜିଲ୍ଲା ଉପକନିଷ୍ଠ ଓ କନିଷ୍ଠ ଟେନିସ୍‌ ଭଲିବଲ୍‌ ପ୍ରତିଯୋଗିତା ଭକ୍ତମଧୁ ବିଦ୍ୟାପୀଠ ପଡ଼ିଆରେ ଅନୁଷ୍ଠିତ ହୋଇଛି। ଦୁଇ ଦିନ ଧରି ଖେଳାଯାଇଥିବା ଏହି ପ୍ରତିଯୋଗିତାରେ ଉପକନିଷ୍ଠ ବାଳିକାରେ ଯାଜପୁର ବିଜେତା ଓ କେନ୍ଦ୍ରପଡ଼ା ଉପବିଜେତା ହୋଇଛି। କନିଷ୍ଠ ବାଳିକାରେ କେନ୍ଦ୍ରାପଡ଼ା ବିଜେତା, କଟକ ଉପବିଜେତା ଏବଂ ଉପକନିଷ୍ଠ ବାଳକରେ ନୟାଗଡ଼ ବିଜେତା, କଟକ ଉପବିଜେତା, କନିଷ୍ଠ ବାଳକରେ ନୟାଗଡ଼ ବିଜେତା ଓ କେନ୍ଦ୍ରାପଡ଼ା ଉପବିଜେତା ହୋଇଛି। ଏଥିରେ ୧୭ ବାଳକ ଓ ୧୨ ବାଳିକା ଦଳ ଅଂଶଗ୍ରହଣ କରିଥିଲେ। ସମ୍ପାଦକ ଶଶିକାନ୍ତ ନାୟକ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିଲା ବେଳେ ଉଦ୍‌ଯାପନୀ ଉତ୍ସବରେ ଉପ ସଭାପତି କୈଳାସ ବାରିକ, କୋଷାଧ୍ୟକ୍ଷ ଅର୍ଣ୍ଣବ ସିହ୍ନା, ସୌରମୋହନ ସାମଲ, ଶ୍ରୀଧର ମହାନ୍ତି, ଅଜୟ ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଟ୍ରଫି ପ୍ରଦାନ କରିଥିଲେ। କ୍ରୀଡ଼ା ସମ୍ପାଦକ ମହେଶ କୁମାର ମଲ୍ଲ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ମ୍ୟାଚଗୁଡ଼ିକୁ ଅଜୟ ସାହୁ, ଚିତ୍ତ ପାଇକ, ମୋଜେସ୍‌ ବେହେରା, ସୂର୍ଯ୍ୟକାନ୍ତ ସ୍ୱାଇଁ, ଜ୍ଞାନରଂଜନ ସ୍ୱାଇଁ, ସ୍ମୃତିରଂଜନ ମହାପାତ୍ର, ମହମ୍ମଦ ରହମାନ, ସରୋଜିନୀ ସାହୁ, ଶର୍ମିଷ୍ଠା ମହାପାତ୍ର ପ୍ରମୁଖ ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର