ଆଇପିଏଲ୍‌ ୧୨: ରାବାଡାଙ୍କୁ ମିଳିଲା ୪ ଓ୍ଵିକେଟ, ଦିଲ୍ଲୀକୁ ୧୫୦ ରନ୍‌ ଟାର୍ଗେଟ ଦେଲା ବେଙ୍ଗାଲୁରୁ

ବେଙ୍ଗାଲୁରୁ: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ରବିବାର ପୁଣି ଥରେ ବଡ଼ ସ୍କୋର କରିବାରେ ବିଫଳ ହୋଇଛି। ସ୍ଥାନୀୟ ଏମ୍‌ ଚିଦାମ୍ବରମ ଷ୍ଟାଡିୟମ୍‌ରେ ଦିଲ୍ଲୀ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ବେଙ୍ଗାଲୁରୁ ବ୍ୟାଟିଂ କରିଥିଲା। ଟିମ୍‌ ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ଵିକେଟ ହରାଇ ୧୪୯ ରନ୍‌ କରିଛି। ଫଳରେ ଦିଲ୍ଲୀକୁ ୧୫୦ ରନ୍‌ ଟାର୍ଗେଟ ମିଳିଛି।

ବେଙ୍ଗାଲୁରୁ ସ୍କୋର ୧୬ ରନ୍‌ରେ ପ୍ରଥମ ଓ୍ଵିକେଟ ହରାଇଥିଲା। ସେହିଭଳି ୪୦ ରନ୍‌ରେ ଡିଭିଲିୟର୍ସ, ୬୬ ରନ୍‌ରେ ମାର୍କସ ଷ୍ଟୋଇନିସ୍‌, ୧୦୩ ରନ୍‌ରେ ମୋଇନ୍‌ ଅଲି, ୧୩୩ ରନ୍‌ରେ ବିରାଟ କୋହଲି, ୧୩୭ ରନ୍‌ରେ ଆକାଶଦୀପ, ୧୩୮ ରନ୍‌ରେ ପଓ୍ଵନ ନେଗୀ ଓ ୧୪୨ ରନ୍‌ରେ ମହମ୍ମଦ ସିରାଜ ଆଉଟ୍‌ ହୋଇଥିଲେ।

ବେଙ୍ଗାଲୁରୁ ପାଇଁ ଅଧିନାୟକ ବିରାଟ କୋହଲି ସର୍ବାଧିକ ୪୧ ରନ୍‌, ମୋଇନ୍‌ ଅଲି ୩୨ ରନ୍‌, ଆକାଶଦୀପ ନାଥ ୧୯ ରନ୍‌ ଓ ଏବି ଡିଭିଲିୟର୍ସ ୧୭ ରନ୍‌ କରିଥିଲେ। ଦିଲ୍ଲୀ ଟିମ୍‌ର କାଗିସୋ ରାବଡା ୪ ଓଭର ବୋଲିଂ କରି ୪ ଓ୍ଵିକେଟ ନେଇଛନ୍ତି। ସେ ୨୧ ରନ୍‌ ଦେଇଥିଲେ। କ୍ରିସ ମୋରିସ ୨ଟି ଓ୍ଵିକେଟ୍‌ ନେଇଥିବା ବେଳେ ଅକ୍ଷର ପଟେଲ ଏବଂ ସନ୍ଦୀପ ଲାମିଛନେ ୧-୧ ଓ୍ଵିକେଟ ନେଇଥିଲେ।

ସମ୍ବନ୍ଧିତ ଖବର