ଆଇପିଏଲ୍‌ ୧୧: କୋଲକାତାକୁ ୧୭୬ ରନ୍‌ ବିଜୟ ଲକ୍ଷ୍ୟ ଦେଲା ବେଙ୍ଗାଲୁରୁ

ବେଙ୍ଗାଲୁରୁ: ଅଧିନାୟକ ବିରାଟ କୋହଲିଙ୍କ ଅର୍ଦ୍ଧଶତକ(ଅପରାଜିତ ୬୮ ରନ୍‌, ୪୪ଟି ବଲ, ୫ଟି ଚୌକା, ୩ଟି ଛକା) ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୨୦ ଓଭରରେ ୪ଟି ଓ୍ଵିକେଟ୍‌ ହରାଇ ୧୭୫ ରନ୍‌ ସଂଗ୍ରହ କରିବା ପରେ କୋଲକାତା ନାଇଟ୍‌ ରାଇଡର୍ସକୁ ମ୍ୟାଚ୍‌ ବିଜୟ ପାଇଁ ୧୭୬ ରନ୍‌ ଟାର୍ଗେଟ ମିଳିଛି। ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ୨୯ତମ ମ୍ୟାଚ୍‌ରେ ରବିବାର ବେଙ୍ଗାଲୁରୁର ଏମ୍‌. ଚିନ୍ନାସ୍ୱାମୀ ଷ୍ଟାଡିୟମ୍‌ରେ ଟସ୍‌ ହାରି ବେଙ୍ଗାଲୁରୁ ପ୍ରଥମେ ବ୍ୟାଟିଂ କରିଥିଲା। କୋଲିନ ଡି ଗ୍ରାଣ୍ଡହୋମ ଅପରାଜିତ ୧୧ ରନ୍‌ ସଂଗ୍ରହ କରି ପାଭଲିଅନ ଫେରିଥିଲେ।

ଓପନର କ୍ୱିଣ୍ଟନ ଡି କକ୍‌(୨୯) ଓ ବ୍ରେଣ୍ଡନ ମ୍ୟାକ୍‌କୁଲମ (୩୮) ପ୍ରଥମ ଓ୍ଵିକେଟ୍‌ରେ ୬୭ ରନ୍‌ ଯୋଡ଼ିଥିଲେ। ଡି କକ୍‌ ଆଉଟ୍‌ ହେବା ପରେ ବେଙ୍ଗାଲୁରୁ ୭୪ ରନ୍‌ରେ ମ୍ୟାକକୁଲମକୁ ହରାଇଥିଲା। ଦଳର ସ୍କୋର ୭୫ ରନ୍‌ ଥିବା ବେଳେ କୌଣସି ରନ୍‌ ନକରି ମନନ ଭୋରା ପାଭଲିଅନ୍‌ ଫେରିଥିବା ବେଳେ ୧୪୦ ରନ୍‌ରେ ମନ୍ଦିପ ସିଂହ ଆଉଟ୍‌ ହୋଇଥିଲେ। କୋଲକାତାର ଆଦ୍ରେ ରସେଲ ୩ ଓଭର ବୋଲିଂ କରି ୩ଟି ଓ୍ଵିକେଟ୍‌ ନେଇଥିବା ବେଳେ କୁଳଦୀପ ଯାଦବଙ୍କୁ ଗୋଟିଏ ଓ୍ଵିକେଟ୍‌ ମିଳିଛି।

ସମ୍ବନ୍ଧିତ ଖବର