ଆଇପିଏଲ୍‌ ୧୨: ଟସ୍‌ ଜିଣି ଚେନ୍ନାଇର ବୋଲିଂ ନିଷ୍ପତ୍ତି, ରାଜସ୍ଥାନ କରୁଛି ବ୍ୟାଟିଂ

ଜୟପୁର: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୫ତମ ମ୍ୟାଚ୍‌ ରାଜସ୍ଥାନ ରୟାଲସ୍‌ ଏବଂ ଚେନ୍ନାଇ ସୁପର କିଙ୍ଗସ୍‌ ମଧ୍ୟରେ ମୁକାବିଲା ହେଉଛି। ଜୟପୁରସ୍ଥିତ ସଓ୍ଵାଇ ମାନସିଂ ଷ୍ଟାଡିୟମ୍‌ରେ ଗୁରୁବାର ଚେନ୍ନାଇ ଟସ୍‌ ଜିଣି ବୋଲି କରିବାକୁ ନିଷ୍ପତ୍ତି ନେବା ପରେ ରାଜସ୍ଥାନ ବ୍ୟାଟିଂ କରୁଛି।

Cricbuzz

ଆଇପିଏଲ୍‌ର ଦ୍ୱାଦଶ ସଂସ୍କରଣରେ ଚେନ୍ନାଇ ଏଯାଏଁ ୬ଟି ମ୍ୟାଚ ଖେଳି ୫ଟିରେ ବିଜୟୀ ହେବା ସହିତ ଅଙ୍କ ତାଲିକାର ଶୀର୍ଷରେ ପହଂଚିଛି। ଚେନ୍ନାଇ ଏପ୍ରିଲ ୩ରେ ମୁମ୍ବାଇ ଇଣ୍ଡିଆନସ୍‌ ବିପକ୍ଷରେ ୩୭ ରନ୍‌ରେ ପରାସ୍ତ ହୋଇଥିବା ବେଳେ ରୟାଲ ଚ୍ୟାଲେଞ୍ଜର୍ସ ବିପକ୍ଷରେ ଉଦ୍‌ଘାଟନୀ ମ୍ୟାଚରେ ମାର୍ଚ୍ଚ ୨୩ରେ ୭ ଓ୍ଵିକେଟରେ ବିଜୟୀ ହୋଇଥିଲା। ସେହିପରି ଚେନ୍ନାଇ ମାର୍ଚ୍ଚ ୨୬ରେ ଦିଲ୍ଲୀ ବିପକ୍ଷରେ ୬ ଓ୍ଵିକେଟ, ମାର୍ଚ୍ଚ ୩୧ରେ ରାଜସ୍ଥାନ ବିପକ୍ଷରେ ୮ ରନ୍‌, ଏପ୍ରିଲ ୬ରେ ପଂଜାବ ବିପକ୍ଷରେ ୨୨ ରନ୍‌ ଓ ଏପ୍ରିଲ ୯ରେ କୋଲକାତା ବିପକ୍ଷରେ ୭ ଓ୍ଵିକେଟ୍‌ରେ ବିଜୟୀ ହୋଇଥିଲା।

ଚଳିତ ଆଇପିଏଲ୍‌ରେ ରାଜସ୍ଥାନ ୫ଟି ମ୍ୟାଚ ଖେଳି କେବଳ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ଏପ୍ରିଲ ୨ରେ ୭ ଓ୍ଵିକେଟରେ ମ୍ୟାଚ ଜିତିଛି। ରାଜସ୍ଥାନ ମାର୍ଚ୍ଚ ୨୫ରେ ପଂଜବା ଠାରୁ ୧୪ ରନ, ମାର୍ଚ୍ଚ ୨୯ରେ ହାଇଦ୍ରାବାଦ୍‌ ଠାରୁ ୫ ଓ୍ଵିକେଟ, ମାର୍ଚ୍ଚ ୩୧ରେ ଚେନ୍ନାଇ ସୁପର କିଙ୍ଗସ୍‌ ଠାରୁ ୮ ରନ୍‌ ଓ ଏପ୍ରିଲ ୭ରେ କୋଲକାତା ଠାରୁ ୮ ଓ୍ଵିକେଟରେ ପରାସ୍ତ ହୋଇଥିଲା।

ସମ୍ବନ୍ଧିତ ଖବର