ଆଇପିଏଲ୍‌ ୧୨: ଟସ୍‌ ଜିଣି ଦିଲ୍ଲୀର ବୋଲିଂ ନିଷ୍ପତ୍ତି, ପଂଜାବ କରୁଛି ବ୍ୟାଟିଂ

ମୋହାଲି: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଦ୍ୱାଦଶ ସଂସ୍କରଣର ୧୩ ତମ ମ୍ୟାଚ୍‌ ଦିଲ୍ଲୀ କ୍ୟାପିଟାଲସ୍‌ ଏବଂ କିଙ୍ଗ ଏକ୍ସଆଇ ପଂଜାବ ମଧ୍ୟରେ ହେଉଛି। ପଂଜାବର ମୋହାଲି ଷ୍ଟାଡିୟମରେ ସୋମବାର ଟସ୍‌ ଜିଣି ଦିଲ୍ଲୀ ବୋଲିଂ କରିବା ପରେ ପଂଜାବ ବ୍ୟାଟିଂ କରୁଛି।

ଚଳିତ ଆଇପିଏଲ୍‌ରେ ଉଭୟ ଟିମ୍‌ର ସ୍ଥିତି ସମାନ ସ୍ତରରେ ପହଂଚିଛି। ଉଭୟ ଟିମ ୩-୩ ମ୍ୟାଚ ଖେଳି ଥିବା ବେଳେ ୨-୨ଟି ମ୍ୟାଚରେ ବିଜୟୀ ହୋଇଛନ୍ତି। ସେହିପରି ଉଭୟ ଟିମ୍‌ର ଅଧିନାୟକ ରବିଚନ୍ଦ୍ରନ ଅଶ୍ୱିନ ଏବଂ ଶ୍ରେୟସ ଆୟାର ଟିମ ଇଣ୍ଡିଆ ପାଇଁ ଖେଳିଛନ୍ତି। ମାତ୍ର ବର୍ତ୍ତମାନ ଆଇପିଏଲ୍‌ରେ ଭଲ ପ୍ରଦର୍ଶନ କରିବା ନେଇ ଉଭୟ କ୍ୟାପଟେନ୍‌ ପରିଶ୍ରମ କରୁଛନ୍ତି।

ରବିଚନ୍ଦ୍ରନ ଅଶ୍ୱିନଙ୍କ ନେତୃତ୍ୱରେ ପଂଜାବ ଶନିବାର ମୁମ୍ବାଇ ଇଣ୍ଡିଆନସ୍‌କୁ ପରାସ୍ତ କରିଥିଲା। ସେହିଭଳି ସେହିଦିନ କୋଲକାତା ନାଇଟ୍‌ ରାଇଡର୍ସକୁ ଶ୍ରେୟସ ଆୟାରଙ୍କ ନେତୃତ୍ୱରେ ଦିଲ୍ଲୀ ପରାସ୍ତ କରିଥିଲା। ସବୁଠାରୁ ବଡ଼ କଥା ଯେ, ଉଭୟ ଟିମ ଗତ ମ୍ୟାଚରେ ନିଜର ପଡିଆରେ ବିଜୟୀ ହୋଇଥିଲେ।

ସମ୍ବନ୍ଧିତ ଖବର