ଆଇପିଏଲ୍‌ ଖେଳୁଥିବା ଏହି ତାରକାଙ୍କ ଲାଗି କେହି ଜଣେ ସ୍ୱତନ୍ତ୍ର ଉତ୍ସାହିତ କରୁଛନ୍ତି

ବିରାଟ କୋହଲି

ପଞ୍ଜାବ କିଙ୍ଗ ଏକାଦଶ ସହିତ ରୟାଲ ଚାଲେଞ୍ଜ ବାଙ୍ଗୋଲୋରର ମ୍ୟାଚ୍‌ ଚାଲିଥିବାବେଳେ ଅନୁଷ୍କା ପଞ୍ଜାବ ଏକାଦଶର ମୁଖ୍ୟ ପ୍ରୀତି ଜିଣ୍ଟାଙ୍କ ନିକଟରେ ବସିଥିଲେ। ତାଙ୍କ ଦଳ ୪ ଉଇକେଟରେ ବିଜୟ ଲାଭ କରିବାରୁ ସେ ଆନନ୍ଦରେ କୋହଲିଙ୍କୁ ପାଟିକରି ସ୍ୱାଗତ କରିଥିଲେ। ଏହି ସମୟରେ ପ୍ରୀତି ଜିଣ୍ଟା ନିଜ ଦଳର ବିଫଳତା ପାଇଁ ଉତ୍‌କ୍ଷିପ୍ତ ହୋଇ ପଡ଼ିଥିଲେ। ଡିସେମ୍ବର ମାସରେ ବିବାହ କରିଥିବା କୋହଲିଙ୍କ ସଙ୍ଗେ ସେ ବିଭିନ୍ନ ଭୋଜି ପ୍ରଦାନ କରିଥିଲେ। ବର୍ତ୍ତମାନ ଏଫ୍‌ ସି ଗୋଆର କୋହଲି ସହଯେଗୀ ମାଲିକ ହୋଇଛନ୍ତି। ଆଇ.ଏସ୍‌ ଏଲ୍‌ (ଇଣ୍ଡିଆନ୍‌ ସୁପର ଲିଗ୍‌)ଖେଳଗୁଡ଼ିକରେ ନିଜ ଫିଲ୍ମ ସୁଟିଂ ଛାଡ଼ି ବହୁବାର କୋହଲିଙ୍କୁ ସହଯୋଗ ଦେଇଛନ୍ତି ।

ହାର୍ଦ୍ଦିକ ପାଣ୍ଡ୍ୟା

ଯଦିଓ ଆକ୍ରମଣାତ୍ମକ ଖେଳୁଥିବା ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ମଡେଲ ଅଭିନେତ୍ରୀ ଏଲି ଆବ୍ରାହମ୍‌ ମଧ୍ୟରେ ସ୍ଥାୟୀ ସମ୍ପର୍କ ଥିବା ଜଣାପଡ଼ୁନଥିଲେ ମଧ୍ୟ ନିଜ ବଡ଼ଭାଇ କୁନାଲ ପାଣ୍ଡ୍ୟାଙ୍କ ବିବାହ ଉତ୍ସବରେ ଏକାଠି ଦେଖିବାକୁ ମିଳିଥିଲା। ଚେନ୍ନାଇ ସଙ୍ଗେ ପ୍ରଥମ ମ୍ୟାଚ୍‌ ମୁମ୍ବାଇ ଖେଳୁଥିବା ବେଳେ ଷ୍ଟାଡିୟମରେ ଏଲି ଆବ୍ରାହମ୍‌ଙ୍କ ଉପସ୍ଥିତି ସେଠାରେ ଶକ୍ତ ପ୍ରମାଣ ଦେଉଥିଲା। ଖେଳରେ ସେ ବେଶ୍‌ ଉତ୍ସାହିତ ହୋଇପଡ଼ିଥିଲେ। ସେ ଯାହା ହେଉ ପଛକେ ସମ୍ପର୍କରେ ମଧୁରତା ଥାଉ କି ନ ଥାଉ କିନ୍ତୁ ଦେଖଣାହାରୀ ବେଶ୍‌ ଷ୍ଟାଡିୟମରେ ମଜା ନେଉଥିଲେ।

ଏମ୍‌ .ଏସ୍‌. ଧୋନି

ଥଣ୍ଡା ମିଜାଜର ଲୋକ ଭାବରେ ଜଣା ଶୁଣା ମହେନ୍ଦ୍ର ସିଂ ଧୋନି ଗତ ରବିବାର କିଙ୍ଗସ୍‌ ଏକାଦଶ ପଞ୍ଜାବ ସଙ୍ଗରେ ମୋହାଲି ଠାରେ ଖେଳ ଚାଲୁଥିବା ବେଳେ ମାତ୍ର ଚାରି ରନ୍‌ ମଧ୍ୟରେ ଉଇକେଟ୍‌ ପଡ଼ିବା ଦେଖି ଧୋନି କ୍ରିଜରେ ରହି ଦଳକୁ ସମ୍ଭାଳୁ ଥିବାବେଳେ ଷ୍ଟାଡିୟମରେ ଛିଡ଼ା ହୋଇ ସାକ୍ଷୀ ଧୋନି ବଡ଼ ପାଟିରେ ଚିଲାଇ ଉତ୍ସାହିତ କରୁଥିଲେ। ଚେନ୍ନାଇ କିଙ୍ଗସ୍‌ ଏକାଦଶର ସବୁ ଖେଳରେ ସାକ୍ଷୀ ଉପସ୍ଥିତ ରହି ଧୋନିଙ୍କୁ ଉତ୍ସାହିତ କରି ଆସୁଛନ୍ତି। ଚେନ୍ନାଇରେ ନିକଟରେ ହୋଇଥିବା କୋଲକାତା ନାଇଟ୍‌ ରାଇଡର୍ସ ସହିତ ମ୍ୟାଚରେ ଧୋନିଙ୍କ ଝିଅ ଜିଭା ଧୋନି ଶାହରୁଖ ଖାଁଙ୍କ ସହିତ ଫଟୋ ସ୍ନାପ୍‌ ନେଇଥିଲେ।

ଯୁବରାଜ ସିଂ

କ୍ରିକେଟ ଜଗତ କାହିଁକି ସିନେମା ଜଗତରେ ଯୁବରାଜ ସିଂ ନିଜର ଗ୍ଲାମର ପାଇଁ ଅନେକ ହିରୋଇନ୍‌ ଏବଂ ଯୁବତୀ ପାଗଳ ହୋଇଉଠିଥିଲେ। କିଏ ତାଙ୍କର ଜୀବନସାଥୀ ହେବ ସେଥିନେଇ କଳ୍ପନାଜଳ୍ପନା ଚାଳିଥିଲା। ପ୍ରକୃତ ଘଟଣା ଜଣା ପଡ଼ିବା ପରେ ସମସ୍ତେ ଧୀରେ ଧୀରେ ଦୂରେଇ ଯାଇଥିଲେ। ଶେଷରେ ଯୁବରାଜ ହିଜଲ କିଚ୍‌ଙ୍କ ପ୍ରେମ ଫାସରେ ପଡ଼ିଥିଲେ। ନିକଟରେ ମୋହାଲିର ଆଇଏସ୍‌ ବିନ୍ଦ୍ରା ଷ୍ଟାଡିୟମରେ ହିଜଲ୍‌ ଛିଡ଼ା ହୋଇ ତାଙ୍କ ଖେଳ ଦେଖିବାକୁ ଉତ୍ସାହିତ ଥିଲେ।  ପ୍ରକୃତରେ ଚେନ୍ନାଇ ବିପକ୍ଷରେ ପଞ୍ଜାବ ୪ରନ୍‌ ବ୍ୟବଧାନରେ ବିଜୟ ଲାଭ କରିଥିଲା।

ରୋହିତ ଶର୍ମା

ପତ୍ନୀ ରିତିକା ପତି ରୋହିତଙ୍କୁ ଖେଳ ପଡ଼ିଆରେ ଖେଳୁଥିବା ଦେଖି ଆନନ୍ଦରେ ଡେଉଁଥିଲେ। ୨୦୧୭ ମସିହାରେ ମୁମ୍ବାଇ ଇଣ୍ଡିଆନସ୍‌ ଚମ୍ପିଆନ୍‌ ହୋଇଥିବା ବେଳେ ସେ ଆନନ୍ଦରେ କୁଣ୍ଢାଇ ପକାଇ ନିଜର ମେହେନ୍ଦି ହାତରେ ଚୁମ୍ବନ ଦେଇଥିଲେ। ସେ ୧୬ ତମ ଶତକ ଲଗାଇ ଥିବାରୁ ତାହା ରିତିକାଙ୍କ ପାଇଁ ରୋହିତ ଶର୍ମାଙ୍କ ବିବାହ ଦିନର ଭେଟି ଥିଲା। କିନ୍ତୁ ୨୦୧୮ ରେ ମୁମ୍ବାଇ ସହିତ ପ୍ରଥମ ମ୍ୟାଚ୍‌ ଚେନ୍ନାଇ ସଙ୍ଗେହେଉଥିବା ବେଳେ ଏଥିରେ ମୁମ୍ବାଇ ଜିତିପାରିନଥିଲା। ତଥାପି ପତ୍ନୀଙ୍କ ଉପସ୍ତିତି ତାଙ୍କୁ ବନ ଷ୍ଟାର ଖେଳାଳୀ ଭାବରେ ପ୍ରତିଷ୍ଠିତ କରିବ।

 

ସମ୍ବନ୍ଧିତ ଖବର