ଯଦୁପୁର କପ୍‌: ନୟାପଲ୍ଲୀ ୩୩ ରନ୍‌ରେ ବିଜୟୀ

ଭୁବନେଶ୍ୱର: ଯଦୁପୁର ଷ୍ଟାର୍ସ ଏବଂ ମିର୍‌ ମହଲର ମିଳିତ ଉଦ୍ୟମରେ ଆୟୋଜିତ ହେଉଥିବା ଦ୍ୱିତୀୟ ଯଦୁପୁର କପ୍‌ ଆଇ କାର୍ଡ ରେଡ୍‌ ଟେନିସ୍‌ ବଲ୍‌ କ୍ରିକେଟ୍‌ର ମଙ୍ଗଳବାର ସପ୍ତମ ମ୍ୟାଚ୍‌ରେ ନୟାପଲ୍ଲୀ ୩୩ ରନ୍‌ରେ ବରମୁଣ୍ଡାକୁ ପରାସ୍ତ କରିଥିଲା। ଆଜି ମ୍ୟାଚରେ ବରମୁଣ୍ଡା ଦଳ ଟସ୍‌ ଜିତି ନୟାପଲ୍ଲୀକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ନୟାପଲ୍ଲୀ ଦଳ ୧୩ ଓଭରରେ ୭ ଓ୍ଵିକେଟ୍‌ ହରାଇ ୧୧୩ ରନ୍‌ କରିଥିଲା। ୧୧୪ ରନ୍‌ର ବିଜୟ ଲକ୍ଷ୍ୟର ପିଛା କରିଥିବା ବରମୁଣ୍ଡା ସମସ୍ତ ଓ୍ଵିକେଟ୍‌ ହରାଇ ମାତ୍ର ୮୦ ରନ୍‌ କରି ପାରିଥିଲା। ୫ ଓ୍ଵିକେଟ୍‌ ସଫଳତା ପାଇଥିବା ଜିତୁ ରାଉତ ମ୍ୟାଚର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ମିର୍‌ ସମ୍ମତ ଅତିଥି ଭାବେ ଯୋଗ ଦେଇଥିଲା ବେଳେ ଅର୍ମାନ ଅଲ୍ଲୀ ଓ ଟିଜେ ଖେଳ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର