ଜଉନା ପଞ୍ଚମ

ଓଡ଼ିଆ ଝିଅ ଜଉନା ମୁର୍ମୁ ଏସୀୟ କ୍ରୀଡ଼ା ୪୦୦ ମିଟର ବାଧା ଦୌଡ଼ରେ ପଞ୍ଚମ ସ୍ଥାନରେ ରହି ପଦକ ଜିତିବାରେ ବିଫଳ ହୋଇଛନ୍ତି। ଜଉନା ମୁର୍ମୁ ଯୋଗ୍ୟତା ପର୍ଯ୍ୟାୟରେ ୫୯.୨୦ ସେକେଣ୍ଡ୍‌ ସମୟ ନେଇ ଫାଇନାଲ୍‌ରେ ଏହାଠୁ ଭଲ କରି (୫୭.୪୮) ପଞ୍ଚମରେ ରହିଥିଲେ। ଅନ୍ୟତମ ଭାରତୀୟ ତାରକା ଅନୁ ରାଘବନ (୫୬.୯୨) ଚତୁର୍ଥ ସ୍ଥାନରେ ରହିଥିଲେ। ଏଥିରେ ବାହାରିନ୍‌କୁ ସ୍ୱର୍ଣ୍ଣ ଓ କାଂସ୍ୟ ଏବଂ ଭିଏତନାମକୁ ରୌପ୍ୟ ମିଳିଥିଲା।

ସମ୍ବନ୍ଧିତ ଖବର