ଜୋକୋଭିକ, ହାଲେପଙ୍କୁ ଶୀର୍ଷ ମାନ୍ୟତା

ମେଲ୍‌ବର୍ନ: ବିଶ୍ବର ଶୀର୍ଷ ମାନ୍ୟତା ଟେନିସ୍‌‌ ଖେଳାଳି ସର୍ବିଆର ନୋଭାକ ‌ଜୋକୋଭିକ ଏବଂ ରୋମାନିଆର ସିମୋନା ହାଲେପ ଚଳିତ ମାସ ୧୪ ତାରିଖରୁ ଆରମ୍ଭ ହେବାକୁଥିବା ବର୍ଷର ପ୍ରଥମ ଗ୍ରାଣ୍ଡ୍‌ ସ୍ଲାମ୍‌ ଅଷ୍ଟ୍ରେଲିଆ ଓପନ୍ ପାଇଁ ଶୀର୍ଷ ମାନ୍ୟତା ପାଇଛନ୍ତି। ପୂର୍ବତନ ଦୁଇ ଶୀର୍ଷ ମହିଳା ଖେଳାଳି ଆମେରିକାର ସେରେନା ୱିଲିୟମ୍ସଙ୍କୁ ଷୋଡ଼ଶ ଏବଂ ରୁଷିଆର ମାରିଆ ସାରାପୋଭାଙ୍କୁ ୩୦ତମ ମାନ୍ୟତା ମିଳିଛି। ପୁରୁଷ ଖେଳାଳିଙ୍କ ମଧ୍ୟରେ ଶ୍ରେଷ୍ଠ ୧୦ରେ ରାଫେଲ ନାଦାଲ (ସ୍ପେନ୍‌), ‌ରୋଜର ଫେଡେରର୍‌ (ସ୍ବିଜରଲାଣ୍ଡ), ଆଲେକ୍‌ଜାଣ୍ଡର ଜେରଭ (ଜର୍ମାନି), କେଭିନ୍‌ ଆଣ୍ଡରସନ୍‌ (ଦକ୍ଷିଣ ଆଫ୍ରିକା), ମାରିନ ସିଲିକ (କ୍ରୋଏସିଆ), ଡୋମିନିକ ଥିମ୍‌ (ଅଷ୍ଟ୍ରିଆ), କେଇ ନିଶିକୋରି (ଜାପାନ) ଏବଂ ଜନ୍‌ ଇଜ୍‌ନର୍‌ (ଆମେରିକା) ରହିଛନ୍ତି। ମହିଳାରେ ହାଲେପ୍‌ଙ୍କ ପଛକୁ ଆଞ୍ଜେଲିକ୍‌ କର୍ବର (ଜର୍ମାନି), କାରୋଲିନ୍‌ ୱଜନିଆକି (ଡେନ୍‌ମାର୍କ), ନାଓମି ଓସାକା (ଜାପାନ), ସ୍ଲୋଆନ୍‌ ଷ୍ଟିଫେନ୍ସ (ଆମେରିକା), ଏଲିନା ସ୍ବିତୋଲିନା (ୟୁକ୍ରେନ୍‌), କାରୋଲିନା ପ୍ଲିସକୋଭା (ଚେକ୍‌ଗଣରାଜ୍ୟ), ପେଟ୍ରା କ୍ବିତୋଭା (ଚେକ୍‌ ଗଣରାଜ୍ୟ), କିକି ବର୍ତେନ୍ସ (ନେଦରଲାଣ୍ଡ), ଦାରିଆ କାସାତ୍‌କିନା (ରୁଷିଆ)ଙ୍କୁ ଯଥାକ୍ରମେ ଦ୍ବିତୀୟରୁ ଦଶମ ସ୍ଥାନ ମିଳିଛି।

ପ୍ରଜ୍ଞେଶ ‌ମୁଖ୍ୟ ଡ୍ର’ର ନିକଟତର
ଭାରତୀୟ ତାରକା ପ୍ରଜ୍ଞେଶ ଗୁ‌େଣଶ୍ବରନ୍‌ ପ୍ରଥମ ଥର ଲାଗି ଅଷ୍ଟ୍ରେଲିଆନ୍‌ ଓପନ୍‌ ମୁଖ୍ୟ ଡ୍ର’ ଖେଳିବାର ସମ୍ଭାବନା ସୃଷ୍ଟି କରିଛନ୍ତି। ଗୁରୁବାର ପୁରୁଷ ଏକକ ପ୍ରଥମ ଯୋଗ୍ୟତା ମୁକାବିଲାରେ ସେ ୬-୩, ୬-୩ ସିିଧାସଳଖ ସେଟ୍‌ରେ ସ୍ପେନ୍‌ର ଏନ୍‌ରିକ୍‌ ପେରେଜଙ୍କୁ ହରାଇଥିଲେ। ଦ୍ବିତୀୟ ମ୍ୟାଚ୍‌ରେ ୧୧୨ ମାନ୍ୟତା ପ୍ରଜ୍ଞେଶ ୧୯୨ ମାନ୍ୟତା ଜାପାନର ୟୋସୁକୋ ୱାତାନାଙ୍କିଙ୍କୁ ଭେଟିବେ। ଏହି ମ୍ୟାଚ୍‌ ଜିତିନେଲେ ପ୍ରଜ୍ଞେଶ ମୁଖ୍ୟ ଡ୍ର’‌‌ରେ ପ୍ରବେଶ କରିବେ। ତେବେ ରାମକୁମାର ରାମନାଥନ ଜର୍ମାନିର ରୁଡୋଲ୍ଫ ମୋଲେକରଙ୍କଠୁ ଏବଂ ଏସୀୟ କ୍ରୀଡ଼ା କାଂସ୍ୟ ବିଜୟିନୀ ଅଙ୍କିତା ରାଇନା ସ୍ପେନ୍‌ର ପାଉଲ ବା‌ଦୋସା ଗିବର୍ତଙ୍କଠୁ ହାରି ମୁଖ୍ୟ ପର୍ଯ୍ୟାୟରୁ ବଞ୍ଚିତ ହୋଇଛନ୍ତି।

ସମ୍ବନ୍ଧିତ ଖବର