ମାଡାମ୍‌ ତୁସାଦ୍‌ରେ କୋହଲି

ନୂଆଦିଲ୍ଲୀ: ଦିଲ୍ଲୀର ମାଡାମ୍‌ ତୁସାଦ୍‌ ସଂଗ୍ରହାଳୟରେ ବୁଧବାର ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲିଙ୍କ ମହମ ପ୍ରତିକୃତି ଅନାବରଣ ହେବ। ଏହି ଅନାବରଣ ଉତ୍ସବରେ ଯୋଗ ଦେବାକୁ ନିଜର ପ୍ରତିକୃତି ସହ ସେଲ୍‌ଫି ଉଠାଇବାର ମଜା ନେବାକୁ ପ୍ରଶଂସକମାନଙ୍କୁ କୋହଲି ଟ୍ଵିଟର୍‌ରେ ଅନୁରୋଧ କରିଛନ୍ତି। ପୂର୍ବରୁ ମାଡାମ୍‌ ତୁସାଦ୍‌ରେ କ୍ରୀଡ଼ା କିମ୍ବଦନ୍ତୀ କପିଳ ଦେବ, ସଚିନ୍‌ ତେନ୍ଦୁଲକର, ଡେଭିଡ୍‌ ବେକ୍‌ହାମ ଏବଂ ଲିଓନେଲ୍‌ ମେସିଙ୍କ ମହମ ପ୍ରତିକୃତି ଶୋଭା ପାଇଆସୁଛି। ଖେଳାଳିଙ୍କ ବାଦ୍‌ ଏଠାରେ ବଲିଉଡ୍‌ ଏବଂ ହଲିଉଡ୍‌ର ଶ୍ରେଷ୍ଠ ଅଭିନେତା ଏବଂ ଅଭିନେତ୍ରୀଙ୍କ ପ୍ରତିକୃତି ମଧ୍ୟ ରହିଛି।

ସମ୍ବନ୍ଧିତ ଖବର