କୁଳମଣି ତ୍ରିପାଠୀ ସ୍ମାରକୀ ରାଜ୍ୟସ୍ତରୀୟ ଚେସ୍‌ ୮ରୁ

କଟକ: ଏସ୍‌.ଆର୍‌.ଚେସ୍‌ ସଂଘ ଓ ଇଷ୍ଟକୋଷ୍ଟ ରେଲ୍‌େଓ୍ଵ ଇନ୍‌ଷ୍ଟିଚ୍ୟୁଟ୍‌ ପକ୍ଷରୁ ସ୍କୁଲସ୍ତରରୁ ଚେସ୍‌ ପ୍ରତିଭା ଚିହ୍ନଟ ପାଇଁ ପ୍ରଥମ କୁଳମଣି ତ୍ରିିପାଠୀ ସ୍ମାରକୀ ଚେସ୍‌ ପ୍ରତିଯୋଗିତା ସେପ୍ଟେମ୍ବର ୮ରୁ ୧୦ ତାରିଖ ପର୍ଯ୍ୟନ୍ତ କଟକ ରେଳଷ୍ଟେସନ ସମ୍ମୁଖ ରେଲ୍‌େଓ୍ଵ ଇନ୍‌ଷ୍ଟିଚ୍ୟୁଟରେ ଅନୁଷ୍ଠିତ ହେବ। ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଯେକୌଣସି ସ୍କୁଲର ଖେଳାଳି ୩ଶହ ଟଙ୍କା ଦେୟ ଦେଇ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ। ଏଥିରେ ପ୍ରଥମ ପୁରସ୍କାର ୩ହଜାର ଟଙ୍କା ସହ ଟ୍ରଫି, ଦ୍ୱିତୀୟ ପୁରସ୍କାର ୨ହଜାର ଟଙ୍କା ସହ ଟ୍ରଫି, ତୃତୀୟ ପୁରସ୍କାର ଏକ ହଜାର ଟଙ୍କା ସହ ଟ୍ରଫି ସମେତ ଶ୍ରେଷ୍ଠ ୧୦ଜଣଙ୍କୁ ଆର୍ଥିକ ପୁରସ୍କାର, ଟ୍ରଫି, ମେଡାଲ ପ୍ରଦାନ କରାଯିବ। ସେହିପରି ବାଳିକା ବର୍ଗରେ ୫ରୁ ୧୩ବର୍ଷ ପର୍ଯ୍ୟନ୍ତ ପ୍ରତ୍ୟେକ ବୟସ ବର୍ଗରେ ଶ୍ରେଷ୍ଠ ୩ଜଣଙ୍କୁ ଟ୍ରଫି ପ୍ରଦାନ କରାଯିବ। ଛୋଟ ପିଲାଙ୍କୁ ଉତ୍ସାହିତ କରିବା ପାଇଁ ସ୍ୱତନ୍ତ୍ର ପୁରସ୍କାର ବ୍ୟବସ୍ଥା ରହିଛି ବୋଲି କୁଳମଣି ତ୍ରିପାଠୀ ଫାଉଣ୍ଡେସନର ସଭାପତି ରାଜା ନାରାୟଣ ତ୍ରିପାଠୀ, ଏସ୍‌.ଆର୍‌.ଚେସ୍‌ ସେଣ୍ଟର ସଂପାଦକ ସତ୍ୟରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର