ସୁନିଲ ଗାଭାସ୍କରଙ୍କ ପରାମର୍ଶ: ଘରୋଇ କ୍ରିକେଟ ଖେଳନ୍ତୁ ମହେନ୍ଦ୍ର ସିଂହ ଧୋନି

ନୂଆଦିଲ୍ଲୀ: ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ବ୍ୟାଟ ପୂର୍ବଭଳି ଆଉ ନାହିଁ। ସେ ଯେମିତି ସୁଖ୍ୟାତି ଅର୍ଜନ କରିଛନ୍ତି, ସେହିଭଳି ପ୍ରଦର୍ଶନ କରି ପାରୁ ନାହାନ୍ତି। ଧୋନିଙ୍କ ବ୍ୟାଟ ଆଉ ପୂର୍ବ ଭଳି ନାହିଁ ବୋଲି ପୂର୍ବତନ ଭାରତୀୟ କ୍ରିକେଟର ସୁନିଲ ଗାଭାସ୍କର କହିଛନ୍ତି। ପରାମର୍ଶ ଆଳରେ ଗାଭାସ୍କର କହିଛନ୍ତି, ମହେନ୍ଦ୍ର ସିଂହ ଧୋନି ଘରୋଇ କ୍ରିକେଟ ଖେଳିଲେ ନିଜର ପୁରୁଣା ଫର୍ମ ହାସଲ କରିପାରିବେ। ଏହା ଦ୍ୱାରା ଟିମ୍‌ ଇଣ୍ଡିଆ ମଧ୍ୟ ଆହୁରି ଶକ୍ତିଶାଳୀ ହେବ।

ଏକ ଜାତୀୟ ଗଣମାଧ୍ୟମର ପ୍ରଶ୍ନରେ ‘ଧୋନିଙ୍କୁ ଘରୋଇ କ୍ରିକେଟ ଖେଳିବାର ଅଛି’ କି ବୋଲି ପଚରାଯିବାରୁ ଗାଭାସ୍କର ‘ହଁ’ ଉତ୍ତର ଦେଇଥିଲେ। ଧୋନିଙ୍କୁ ଡୋମେଷ୍ଟିକ କ୍ରିକେଟ ଓ ଚାର ଦିନିଆ କ୍ରିକେଟ ଖେଳିବାର ଆବଶ୍ୟକତା ଅଛି। ଏହାଦ୍ୱାରା ଝାଡ଼ଖଣ୍ଡର ଯୁବ କ୍ରିକେଟର ବହୁ କିଛି ଶିଖିବେ। ୫୦ ଓଭର ମ୍ୟାଚରେ ଆପଣଙ୍କ ପାଖରେ ସୀମିତ ସୁଯୋଗ ଥାଏ କିନ୍ତୁ ଯେତେବେଳେ ୪ ଦିନିଆ ମ୍ୟାଚ ଖେଳିବେ ଓ ଦୀର୍ଘ ଇନିଂସ ଖେଳୁଛନ୍ତି ଷ୍ଟେମିନା, ଗୋଡ ଓ ଲୟ ଦୃଢ଼ୀଭୂତ ହେବ ବୋଲି ଗାଭାସ୍କର କହିଛନ୍ତି।

ସମ୍ବନ୍ଧିତ ଖବର