ଭୁବନେଶ୍ବର : ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଚମତ୍କାର ଖେଳ ପ୍ରଦର୍ଶନ କରି ଭାରତ ଆଜି ପୁରୁଷ ହକି ବିଶ୍ବକପର କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛି। କାନାଡାକୁ ୫-୧ ଗୋଲ୍ରେ ହରାଇ ଘରୋଇ ଦଳ ଏହି ସଫଳତା ଲାଭ କରିଛି। ଆର୍ଜେଣ୍ଟିନା ଏବଂ ଅଷ୍ଟ୍ରେଲିଆ ପରେ ତୃତୀୟ ଦଳ ଭାବେ କ୍ବାର୍ଟର ଫାଇନାଲକୁ ଯାଇଛି ଭାରତ।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି ମ୍ୟାଚ୍ର ପ୍ରଥମ ୪୫ ମିନିଟ୍ ୧-୧ରେ ବରାବାର ଥିବା ବେଳେ ଚତୁର୍ଥ କ୍ବାର୍ଟରରେ ଭାରତ େଗାଟିଏ ପରେ ଗୋଟିଏ ଗୋଲ ବର୍ଷା କରି କାନାଡ଼ାକୁ ଧରାଶାୟୀ କରିେଦଇଥିଲା। ଭାରତ ପକ୍ଷରୁ ହରମନପ୍ରୀତ ସିଂହ ୧୨ ମିନିଟ୍େରେ ପ୍ରଥମ ଗୋଲ ଦେଇଥିବା ବେଳେ ୩୯ ମିନିଟରେ କାନାଡା ପକ୍ଷରୁ ଭାନସନ୍ ଫ୍ଲୋରିସ୍ ୩୯ ମିନିଟରେ େଗାଲ ଦେଇ ବରାବର କରିଦେଇଥିଲେ। ତେବେ ଚତୁର୍ଥ କ୍ବାର୍ଟର ଆରମ୍ଭ ହେବାର ୧୨ ମିନିଟ ମଧ୍ୟରେ ଭାରତ ୪ଟି ଗୋଲ ଦେଇ ମ୍ୟାଚ୍କୁ ନିଜ ଅକ୍ତିଆରକୁ ନେଇଯାଇଥିଲା। ଭାରତ ପକ୍ଷରୁ ଚିଙ୍ଗଲାସାନା ସିଂହ (୪୬ ମିନିଟ), ଲଲିତ ଉପାଧ୍ୟାୟ (୪୭ ଓ ୫୭ ମିନିଟ୍) ଏବଂ ଓଡ଼ିଆ ପୁଅ ଅମିତ ରୋହି ଦାସ (୫୧ ମିନିଟ) ଗୋଲ୍ ବର୍ଷା କରିଥିଲେ।
ଏହାସହିତ ଭାରତ ଅପରାଜିତ ରହିଲା ଲିଗ୍ ପର୍ଯ୍ୟାୟରେ ଏବଂ ପୁଲ୍ ‘ସି’ରେ ବିଜେତା ଭାବେ ବହୁ ପ୍ରତୀକ୍ଷିତ କ୍ବାର୍ଟର ଫାଇନାଲ୍ ପ୍ରବେଶ କରିଛି। ଲଳିତଙ୍କୁ ‘ପ୍ଲେୟାର ଅଫ୍ ଦି ମ୍ୟାଚ୍’ ଘୋଷଣା କରାଯାଇଥିଲା।
ଭାରତ ଆସନ୍ତା ଗୁରୁବାର ଅପରାହ୍ନ ୪ଟା ୪୫ ମିନିଟରେ କ୍ବାର୍ଟରଫାଇନାଲ୍ ଖେଳିବ। ପ୍ରତିଦ୍ବନ୍ଦ୍ବୀ କିଏ ରହିବ ରବିବାର ଖେଳାଯିବାକୁ ଥିବା ପୁଲ୍ ‘ଡି’ ନିର୍ଣ୍ଣୟ କରିବ। ପୁଲ୍ ‘ଡି’ର ଦ୍ବିତୀୟ ଦଳ ବନାମ କାନାଡ଼ା ମ୍ୟାଚ୍ ବିଜେତା ସହିତ ଖେଳିବ ଭାରତ। ଶନିବାରର ଅନ୍ୟ ଏକ ମ୍ୟାଚରେ ସଂଯୋଗବଶତଃ ବେଲଜିୟମ ମଧ୍ୟ ସେହି ୫-୧ ବ୍ୟବଧାନରେ ଦକ୍ଷିଣ ଆଫ୍ରିକାକୁ ହରାଇଥିଲା। ତେବେ ଭାରତ ପଛକୁ ପୁଲ-ସିର ଦ୍ବିତୀୟ ସ୍ଥାନରେ ରହି କ୍ବାର୍ଟର ପରିବର୍ତେ କ୍ରସ ଓଭର ଟିକେଟ ପାଇଥିଲା।