ପୁଣି ଭାଙ୍ଗିଲା ମେସିଙ୍କ ପ୍ରତିମୂର୍ତ୍ତି

ବୁଏନସ୍‌ ଏରିସ୍‌: ଫୁଟ୍‌ବଲ୍‌ କିମ୍ବଦନ୍ତୀ ଲିଓନେଲ୍‌ ମେସିଙ୍କ ପ୍ରତିମୂର୍ତ୍ତି ପୁଣି ଥରେ ଭାଙ୍ଗି ଦିଆ ଯାଇଛି। ରବିବାର ସୁରକ୍ଷିତ ଭାବେ ଥିବା ଏହି ମୂର୍ତ୍ତି ସୋମବାର ସକାଳେ ଆଣ୍ଠୁଠାରୁ ଭାଙ୍ଗି ପଡ଼ିଥିବା ଦେଖାଯାଇଛି। ଏହାକୁ କୌଣସି ଦୁର୍ବୃତ୍ତ ଭାଙ୍ଗିଥିବା ନେଇ ସନ୍ଦେହ ହୋଇଛି। ମେସି ଅବସର ନେବା ପରେ ୨୦୧୬ ଜୁନ୍‌ରେ ମୂର୍ତ୍ତିଟି ପ୍ରୋମେନେଡ୍‌ ଡି’ଗ୍ଲୋରିଆସ୍‌ଠାରେ ଆର୍ଜେଣ୍ଟିନୀୟ କ୍ରୀଡ଼ା ତାରକା ଏନ୍‌ବିଏ କିମ୍ବଦନ୍ତୀ ମାନୁ ଜିନୋବିି, ଟେନିସ୍‌ ତାରକା ଗୁଇଲର୍ମୋ ଭିଲାସ ଏବଂ ଫର୍ମୁଲାଓ୍ଵାନ୍‌ ତାରକା ଜୁଆନ୍‌ ମାନୁଏଲ୍‌ ଫାଙ୍ଗିଓଙ୍କ ନିକଟରେ ସ୍ଥାପନ ହୋଇଥିଲା। ଜାନୁଆରିରେ ପ୍ରଥମ ଥର ଏହି ମୂର୍ତ୍ତିକୁ ଦୁର୍ବୃତ୍ତ ଭାଙ୍ଗି ଦେଇଥିଲେ।

ସମ୍ବନ୍ଧିତ ଖବର